ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡା ଯାତ୍ରା ଅଧୀନରେ ଜାମ୍ମୁ କାଶ୍ମୀରରେ ଅଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ। କଂଗ୍ରେସ ଏହି ସାକ୍ଷାତକାରକୁ ସୋସିଆଲ ମିଡିଆରେ ସେୟାର କରିଛି। ଏଥିରେ ରାହୁଲ ଗାନ୍ଧୀ ପ୍ରତ୍ୟେକ ବଡ ଏବଂ ଛୋଟ ଦିଗ ଉପରେ କଥାବାର୍ତ୍ତା କରିଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନର ଅନୁଭୂତି ଏବଂ ଅଭ୍ୟାସ ମଧ୍ୟ ବାଣ୍ଟିଥିଲେ। ଏହି ସାକ୍ଷାତକାରରେ ରାହୁଲ ଗାନ୍ଧୀଙ୍କୁ ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନ ଖୁବ ଭାଇରାଲ ହେଉଛି।
ବିବାହ କେବେ କରିବର ପ୍ରଶ୍ନର ଉତ୍ତରରେ ରାହୁଳ କହିଥିଲେ ଯେ, ସଠିକ୍ ଓ ଭଲ ପାଉଥିବା ଝିଅ ମିଳିଲେ ବାହା ହୋଇଯିବେ। ହେଲେ ଗୋଟିଏ ସର୍ତ୍ତ ରହିଛି ଝିଅଟି ବୁଦ୍ଧିମତୀ ହେବା ଦରକାର । ସେ ତାଙ୍କ ମାତା-ପିତା ଅର୍ଥାତ ରାଜୀବ –ସୋନିଆ ଗାନ୍ଧୀଙ୍କ ଯୋଡି ଏପରି ଥିଲା, ସେ ଭଲ ପାଇବାକୁ ଖୁବ ଉଚ୍ଚରେ ଦେଖିଛନ୍ତି। ସେ ନିଜ ମାତା-ପିତାଙ୍କ ଉଦାହରଣ ଦେଇ କହିଛନ୍ତି, ଏହା ମଧ୍ୟ ଏକ କାରଣ ମୋ ବାପା-ମାଆଙ୍କ ବିବାହ ବହୁତ ଭଲ। ପରସ୍ପରକୁ ସେମାନେ ଖୁବ ଭଲ ପାଆନ୍ତି। ତେଣୁ ସେ ମଧ୍ୟ ସେଭଳି ଝିଅ ଅପେକ୍ଷାରେ ଅଛନ୍ତି।
ଏହି ସମୟରେ ନିଜ ଖାଦ୍ୟପେୟକୁ ନେଇ ମଧ୍ୟ ସେ କହିଛନ୍ତି, ତାଙ୍କର ଭୋଜନକୁ ନେଇ କୌଣସି ସମସ୍ୟା ନାହିଁ। ମାତ୍ର ମଟର ଓ ପଣସ ଖାଇବାକୁ ସେ ପସନ୍ଦ କରନ୍ତି ନାହିଁ। କ୍ରୋଧକୁ କିପରି ନିୟନ୍ତ୍ରଣ କରନ୍ତି ପ୍ରଶ୍ନରେ ସେ ଉତ୍ତର ଦେଇ କହିଥିଲେ ଯେ, ରାଗ ଆସିଲେ ସେ ଏକଦମ ଚୁପ ରୁହନ୍ତି ।