ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ଯାୟ ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବାଙ୍କୁରା, ପୁରୁଲିଆ, ଝାରାଗ୍ରାମ ଓ ପୂର୍ବ ମେଦିନୀପୁର ଜିଲ୍ଲାର ୩୦ଟି ଆସନ ପାଇଁ ନିର୍ବାଚନ ହେବା ସହିତ ଏଥିରେ ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ସେହିପରି ଆସାମରେ ୪୭ଟି ଆସନରେ ମତଦାନ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ଯାଏ ଭୋଟ୍ ଗ୍ରହଣ କରାଯିବ । ସେହିଭଳି ଆସାମରେ ଭୋଟିଂ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ହେବ ।
୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ଯାୟରେ ନିର୍ବାଚନ ହେବ । ସେହିଭଳି ୧୨୬ ଆସନ ବିଶିଷ୍ଟ ଆସାମରେ ୩ଟି ପର୍ଯ୍ଯାୟରେ ଭୋଟ୍ ଗ୍ରହଣ ହେବ