ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ଆଶଙ୍କିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ଦୁଇରୁ ସବୁ ରାଷ୍ଟ୍ର ଉପରେ ଯୁକ୍ତିଯୁକ୍ତ ଶୁଳ୍କ( ରେସିପ୍ରୋକାଲ ଟାରିଫ୍) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଭାରତ ସମେତ ବହୁ ଦେଶ ଆଶଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ୟୁକ୍ରେନ ଯୁଦ୍ଧ ଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ବିବାଦ ଏବଂ ଅନ୍ୟାନ୍ୟ କାରଣକୁ ନେଇ ବୈଶ୍ବିକ ଅର୍ଥନୀତି ପ୍ରଭାବିତ ହୋଇଥÒଲା ବେଳେ ଏବେ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପୁଣି ଥରେ ଆନ୍ତର୍ଜାତିକ ବ୍ୟବସାୟ ବାଣିଜ୍ୟକୁ ପ୍ରଭାବିତ କରିବ ବୋଲି ଆଶଙ୍କା […]

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ଦୁଇରୁ ସବୁ ରାଷ୍ଟ୍ର ଉପରେ ଯୁକ୍ତିଯୁକ୍ତ ଶୁଳ୍କ( ରେସିପ୍ରୋକାଲ ଟାରିଫ୍) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଭାରତ ସମେତ ବହୁ ଦେଶ ଆଶଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ୟୁକ୍ରେନ ଯୁଦ୍ଧ ଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ବିବାଦ ଏବଂ ଅନ୍ୟାନ୍ୟ କାରଣକୁ ନେଇ ବୈଶ୍ବିକ ଅର୍ଥନୀତି ପ୍ରଭାବିତ ହୋଇଥÒଲା ବେଳେ ଏବେ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପୁଣି ଥରେ ଆନ୍ତର୍ଜାତିକ ବ୍ୟବସାୟ ବାଣିଜ୍ୟକୁ ପ୍ରଭାବିତ କରିବ ବୋଲି ଆଶଙ୍କା ବଢିଛି। ବହୁ ପ୍ରମୁଖ ରାଷ୍ଟ୍ରମାନଙ୍କ ସହ ଅନ୍ୟ ବହୁ ରାଷ୍ଟ୍ର ଆମେରିକା ଉପରେ ଅଧÒକ ହାରରେ ଶୁଳ୍କ ଲାଗୁ କରିଥÒବାରୁ ଏଥÒପାଇଁ ଆମେରିକାକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଏବେ ସବୁ ରାଷ୍ଟ୍ରମାନଙ୍କ ଉପରେ ଆମେରିକା ଏବେ ଶୁଳ୍କ ଲାଗୁ କରିବାର ସମୟ ଆସିଛି ବୋଲି ଟ୍ରମ୍ପ ଯୁକ୍ତି ବାଢିଛନ୍ତି। ଏହି ନୂଆ ଟାରିଫ ବ୍ୟବସ୍ଥା ଆମେରିକାର ଅର୍ଥନୀତିକୁ ସୁରକ୍ଷା ଦେବା ସହିତ ଆଗାମୀ ଦିନରେ ଦେଶକୁ ପୁଣି ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି। ଭାରତର ଉଦାହରଣ ଦେଇ ଅନେକ ଦେଶ ଆମେରିକା ଉପରେ ଶତପ୍ରତିଶତ ଶୁଳ୍କ ଲାଗୁ କରି ଫାଇଦା ନେଉଛନ୍ତି। ତେଣୁ ଆମକୁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କାରୋଲିନ୍ ଲେଭିଟ୍ କହିଛନ୍ତି । ତେବେ ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଭାରତ ସମେତ ଚୀନ, ମେକ୍ସିକୋ, ଭିଏତନାମ, ଜର୍ମାନୀ, ଜାପାନ, କାନାଡା ଏବଂ ୟୁରୋପୀୟ ସଂଘ ପାଇଁ ଚିନ୍ତା ବଢାଇଥÒବା କୁହାଯାଇଛି।

About The Author: The Sakala