ଅବୈଧ ବଳିରୁ ଉଦ୍ଧାର ହୋଇଥିବା ୪ଶହ ପଶୁଙ୍କ ଆଜୀବନ ଯତ୍ନ ନେବ ‘ବନ୍ତାରା’

ଜାମନଗର, ଗୁଜରାଟ: ଅବୈଧ ବଳିରୁ ଉଦ୍ଧାର ହୋଇଥିବା ୪ଶହ ପଶୁଙ୍କ ଆଜୀବନ ଯତ୍ନ ନେବ ‘ବନ୍ତାରା’ ।ବନ୍ତାରା, ଯାହା ପରୋପକାରୀ ଉଦ୍ୟୋଗପତି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଉଦ୍ଧାର ହୋଇଥିବା ପଶୁମାନଙ୍କର ଯତ୍ନ ପାଇଁ ଏକ କେନ୍ଦ୍ର ଅଟେ । ବର୍ତ୍ତମାନ ୪୦୦ ପଶୁ, ଯେଉଁମାନଙ୍କ ମଧ୍ଯରେ ୭୪ଟି ମଇଁଷି ଏବଂ ୩୨୬ଟି ଛେଳି ଅଛନ୍ତି, ଏହା ସେମାନଙ୍କୁ ସ୍ଥାୟୀ ଆଶ୍ରୟ ଦେବାକୁ ପ୍ରସ୍ତୁତ ହେଉଛି। ଏହି ପଶୁଗୁଡ଼ିକୁ ଗଡ଼ିମାଇ ମହୋତ୍ସବରେ ବଳି ଦେବା ପାଇଁ ଅବୈଧ […]

ଜାମନଗର, ଗୁଜରାଟ: ଅବୈଧ ବଳିରୁ ଉଦ୍ଧାର ହୋଇଥିବା ୪ଶହ ପଶୁଙ୍କ ଆଜୀବନ ଯତ୍ନ ନେବ ‘ବନ୍ତାରା’ ।ବନ୍ତାରା, ଯାହା ପରୋପକାରୀ ଉଦ୍ୟୋଗପତି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଉଦ୍ଧାର ହୋଇଥିବା ପଶୁମାନଙ୍କର ଯତ୍ନ ପାଇଁ ଏକ କେନ୍ଦ୍ର ଅଟେ । ବର୍ତ୍ତମାନ ୪୦୦ ପଶୁ, ଯେଉଁମାନଙ୍କ ମଧ୍ଯରେ ୭୪ଟି ମଇଁଷି ଏବଂ ୩୨୬ଟି ଛେଳି ଅଛନ୍ତି, ଏହା ସେମାନଙ୍କୁ ସ୍ଥାୟୀ ଆଶ୍ରୟ ଦେବାକୁ ପ୍ରସ୍ତୁତ ହେଉଛି। ଏହି ପଶୁଗୁଡ଼ିକୁ ଗଡ଼ିମାଇ ମହୋତ୍ସବରେ ବଳି ଦେବା ପାଇଁ ଅବୈଧ ଭାବରେ ନିଆ ଯାଉଥିଲା। ଏହି ଉଦ୍ଧାର ଅଭିଯାନର ନେତୃତ୍ବ ଭାରତର ପ୍ରମୁଖ ଗୁପ୍ତଚର ସଂସ୍ଥା ସଶସ୍ତ୍ର ସୀମା ବଳ(SSB) ବିହାର ସରକାରଙ୍କ ସହଯୋଗରେ ନେଇଥିଲା। ପଶୁମାନଙ୍କୁ ଭାରତର ଉତ୍ତର ରାଜ୍ୟଗୁଡ଼ିକରୁ ବଳି ପାଇଁ ଅବୈଧ ଭାବରେ ନେପାଳ ନିଆ ଯାଉଥିଲା, ତେବେ ଏସ୍.ଏସ୍.ବି କର୍ମଚାରୀମାନେ ପି.ଏଫ୍.ଏ ଏବଂ ଏଚ୍.ଏସ୍.ଆଇ ଭଳି ପଶୁ କଲ୍ଯାଣ ସଂସ୍ଥାଗୁଡ଼ିକର ସହଯୋଗରେ ସେମାନଙ୍କୁ ଅଟକ କରିଥିଲେ।

ବନ୍ତାରାର ପଶୁ ଚିକିତ୍ସକମାନେ ଉଦ୍ଧାର ପଶୁମାନଙ୍କ ଯାଞ୍ଚ କରିବା ସମୟରେ କହିଥିଲେ ଯେ ଏହି ପଶୁମାନେ ଅଧିକ ଦିନ ଧରି ବିନା ଖାଦ୍ୟ ଓ ପାନୀୟରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅବସ୍ଥାରେ ଥିଲେ । ବର୍ତ୍ତମାନ ଏହି ପଶୁମାନଙ୍କୁ ବନ୍ତାରା ଅଭୟାରଣ୍ୟରେ ଆବଶ୍ୟକ ସେବା ଯୋଗାଇ ଦିଆଯିବ। ଏମାନଙ୍କ ମଧ୍ଯରେ ୨୧ ଛୋଟ ଛେଳି ରହିଛନ୍ତି ଯେଉଁମାନଙ୍କୁ ସ୍ବତନ୍ତ୍ର ଯତ୍ନର ଆବଶ୍ଯକତା ରହିଛି, ସେମାନଙ୍କୁ ପି.ଏଫ୍.ଏ ଉତ୍ତରାଖଣ୍ଡ ପକ୍ଷରୁ ପରିଚାଳିତ ହାପି ହୋମ ସେଞ୍ଚୁରି, ଡେରାଡୁନକୁ ସ୍ଥାନାନ୍ତର କରାଯିବ।

ପିପୁଲ ଫର ଆନିମଲସ୍ ପବ୍ଲିକ ପଲିସି ଫାଉଣ୍ଡେସନର ସଂସ୍ଥାପିକା ଗୌରୀ ମୌଳେଖୀ ଏହି ଉଦ୍ଧାର ଅଭିଯାନର ମହତ୍ୱକୁ ଉଲ୍ଲେଖ କରି କହିଛନ୍ତି: “ସଶସ୍ତ୍ର ସୀମା ବଳ (SSB) ଏବଂ ବିହାର ସରକାର ଅତ୍ୟନ୍ତ କଠିନ ପରିସ୍ଥିତିରେ ଅବୈଧ ପଶୁ ପରିବହନକୁ ରୋକିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଏଭଳି ଚ୍ଯାଲେଞ୍ଜିଂ ପରିସ୍ଥିତିରେ ଆମର ଟିମ୍ SSB ସହ କାମ କରି ପଶୁମାନଙ୍କୁ ବଞ୍ଚାଇବାରେ ସଫଳ ହୋଇଛି, ଯାହା ଆଇନ ରକ୍ଷା ଏବଂ ପଶୁମାନଙ୍କର ଜୀବନ ସୁରକ୍ଷା ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେ ଶ୍ରୀ ଅନନ୍ତ ଅମ୍ବାନୀ ଏବଂ ବନ୍ତାରା ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରୁଛୁ, ଯେଉଁମାନେ ଏହି ମାମଲାରେ ଆବଶ୍ୟକ ପୁନର୍ବାସ ସାହାଯ୍ୟ ପ୍ରଦାନ କରିଛନ୍ତି, କାରଣ ଏହି ଘଟଣାରେ ଏଭଳି ପଦକ୍ଷେପର ଆବଶ୍ୟକତା ଥିଲା।”

ଗଡ଼ିମାଇ ମହୋତ୍ସବ, ଯାହା ଭାରତ-ନେପାଳ ସୀମା ନିକଟରେ ଆୟୋଜିତ ହୋଇଥାଏ, ପୃଥିବୀର ସର୍ବାଧିକ ଅନୁଷ୍ଠାନିକ ପଶୁ ବଳି ଉତ୍ସବ ମଧ୍ୟରୁ ଏହା ଅନ୍ଯତମ ଅଟେ। ୨୦୧୪ ମସିହାରେ ଏଠାରେ ୫,୦୦,୦୦୦ରୁ ଅଧିକ ପଶୁଙ୍କୁ ବଳି ଦିଆ ଯାଇଥିଲା। ଏମାନଙ୍କ ମଧ୍ଯରୁ ଅଧିକାଂଶ ପଶୁଙ୍କୁ ଅବୈଧ ଓ ଅତ୍ଯନ୍ତ ନିର୍ମମ ଭାବରେ, ମୁଖ୍ୟତଃ ଭାରତର ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡରୁ ନିଆଯାଉଥିଲା। ପଶୁ ତସ୍କରୀ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ବହୁ ନିର୍ଦ୍ଦେଶ ଏବଂ ସୀମା ଅତିକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ରହିଛି। ଲାଇସେନ୍ସ ବିନା ପରିବହନ ଉପରେ ନିଷେଧାଦେଶ ଏବଂ ସଶସ୍ତ୍ର ସୀମା ବଳର କଡ଼ା ପହରା ଥିବା ସତ୍ତ୍ବେ, ଅବୈଧ ତସ୍କରି ଏବେ ମଧ୍ଯ ଜାରି ରହିଛି। ଏହି ଉଦ୍ଧାର ଅଭିଯାନ, ବଳି ପ୍ରଥା ବିରୋଧରେ କଡ଼ା ଆଇନ ଲାଗୁ କରିବା ପାଇଁ ଆବଶ୍ୟକ ସମ୍ମିଳିତ ପ୍ରୟାସକୁ ଉଜାଗର କରେ।

About The Author: The Sakala