ଉତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର: ୧୭ ଦିନ ପରେ ଟନେଲରୁ ବାହାରିଲେ ଫସି ରହିଥିବା ୪୧ ଶ୍ରମିକ

ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ  ଉଦ୍ଧାର କରାଯାଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା। ଦ୍ୱିତୀୟ ଦଫାରେ ଆଉ ୪ ଶ୍ରମିକ ଉଦ୍ଧାର କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଧିରଧିରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ସମସ୍ତ […]

ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ  ଉଦ୍ଧାର କରାଯାଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା। ଦ୍ୱିତୀୟ ଦଫାରେ ଆଉ ୪ ଶ୍ରମିକ ଉଦ୍ଧାର କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଧିରଧିରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

ଟନେଲ ବାହାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା। ଆବଶ୍ୟକ ହେଲେ ସେମାନଙ୍କୁ ବଡ଼ ହସ୍ପିଟାଲ ପଠାଯିବ। ଆବଶ୍ୟକସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯିବ। ଏୟାରଲିଫ୍ଟ ପାଇଁ ବାୟୁସେନା ଚିନୁକ୍‌ ହେଲିକପ୍ଟର ଘଟଣା ସ୍ଥାନରେ ତୟାର ରହିଛି।

 

About The Author: The Sakala