ପୁତିନଙ୍କୁ ହତ୍ୟା କରିବାକୁ ଆମେରିକା ସାଂସଦଙ୍କ ଆହ୍ବାନ

ୱାଶିଂଟନ : ୟୁକ୍ରେନର ଶାସନ କ୍ଷମତାକୁ ଦଖଲ କରିବା ଜିଦରେ ଆକ୍ରମଣ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ହତ୍ୟା କରିବା ପାଇଁ ଆମେରିକାର ଜଣେ ସାଂସଦ ଆହ୍ବାନ ଦେଇଛନ୍ତି। ଯଦି ରୁଷିଆର କୌଣସି ବ୍ୟକ୍ତି ସାହାସର ସହିତ ଆଗକୁ ଆସି ପୁତିନଙ୍କୁ ହତ୍ୟା କରନ୍ତି ତେବେ ଯୁଦ୍ଧ ବନ୍ଦ ହୋଇଯିବ ବୋଲି ସାଂସଦ ଲିଣ୍ଡସେୟ ଗ୍ରାହାମ କହିଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନରେ ରୁଷର ଆକ୍ରମଣକୁ […]

ୱାଶିଂଟନ : ୟୁକ୍ରେନର ଶାସନ କ୍ଷମତାକୁ ଦଖଲ କରିବା ଜିଦରେ ଆକ୍ରମଣ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ହତ୍ୟା କରିବା ପାଇଁ ଆମେରିକାର ଜଣେ ସାଂସଦ ଆହ୍ବାନ ଦେଇଛନ୍ତି। ଯଦି ରୁଷିଆର କୌଣସି ବ୍ୟକ୍ତି ସାହାସର ସହିତ ଆଗକୁ ଆସି ପୁତିନଙ୍କୁ ହତ୍ୟା କରନ୍ତି ତେବେ ଯୁଦ୍ଧ ବନ୍ଦ ହୋଇଯିବ ବୋଲି ସାଂସଦ ଲିଣ୍ଡସେୟ ଗ୍ରାହାମ କହିଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନରେ ରୁଷର ଆକ୍ରମଣକୁ ନେଇ ଏବେ ଏହି ଦେଶ ଧ୍ବସାଂଭିମୁଖୀ ହୋଇପଡ଼ିଛି। ଏହାବ୍ୟତୀତ ଏହି ଘଟଣାକୁ ନେଇ ସାରା ବିଶ୍ୱର ମଧ୍ୟ ଚିନ୍ତା ବଢ଼ିଛି। ଏହି ସମୟରେ ଗ୍ରାହାମ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଏଭଳି ବୟାନ ଜାରି କରି ଚର୍ଚ୍ଚିିତ ହୋଇପଡ଼ିଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧ କେବେ ଶେଷ ହେବ ତାହା କହିବା ମୁସ୍କିଲ। ତେବେ ରୁଷର କୌଣସି ବ୍ୟକ୍ତି ଯଦି ଆଗକୁ ଆସି ପୁତିନଙ୍କୁ ଖତମ କରି ଦିଅନ୍ତି ତେବେ ସବୁକିଛି ଶେଷ ହୋଇଯିବ। ଏପରିକି ସେ ପୁତିନଙ୍କୁ ହତ୍ୟା କରିବା ପାଇଁ ଆହ୍ୱାନ ଦେଇ ମଧ୍ୟ ଟ୍ୱିଟ କରିଛନ୍ତି।

About The Author: The Sakala