ଆମେରିକାକୁ ରୁଷର ପ୍ରଶ୍ନ : ସ୍ପେଶ ଷ୍ଟେସନକୁ ଭାରତ ନା ଚୀନ୍ ଉପରେ ପକାଇବ

ମସ୍କୋ : ୟୁକ୍ରେନରେ ଆକ୍ରମଣକୁ ନେଇ ଆମେରିକା ରୁଷ ଉପରେ କଠୋର କଟକଣା ଲଗାଇଛି। ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ମହାକାଶ କ୍ଷେତ୍ର ଉପରେ ମଧ୍ୟ କଟକଣା ଲଗାଇବାକୁ ଘୋଷଣା କରିଥିଲେ। ଏଥିଯୋଗୁଁ ରୁଷ ମହାକାଶ ଏଜେନ୍ସିକୁ ବହୁତ କ୍ଷତି ସହିବାକୁ ପଡିବ ବୋଲି ବାଇଡେନ କହିଥିଲେ। ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି ଯେ ନୂଆ କଟକଣା ଦ୍ବାରା ରୁଷର ମହାକାଶ କାର୍ଯ୍ୟକ୍ରମ ସିଧାସଳଖ ଭାବେ-ପ୍ରଭାବିତ ହେବ ନାହିଁ। କିନ୍ତୁ କିଛି ଜରୁରୀ ଟେକ୍ନୋଲୋଜିର ରପ୍ତାନୀ […]

ମସ୍କୋ : ୟୁକ୍ରେନରେ ଆକ୍ରମଣକୁ ନେଇ ଆମେରିକା ରୁଷ ଉପରେ କଠୋର କଟକଣା ଲଗାଇଛି। ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ମହାକାଶ କ୍ଷେତ୍ର ଉପରେ ମଧ୍ୟ କଟକଣା ଲଗାଇବାକୁ ଘୋଷଣା କରିଥିଲେ। ଏଥିଯୋଗୁଁ ରୁଷ ମହାକାଶ ଏଜେନ୍ସିକୁ ବହୁତ କ୍ଷତି ସହିବାକୁ ପଡିବ ବୋଲି ବାଇଡେନ କହିଥିଲେ। ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି ଯେ ନୂଆ କଟକଣା ଦ୍ବାରା ରୁଷର ମହାକାଶ କାର୍ଯ୍ୟକ୍ରମ ସିଧାସଳଖ ଭାବେ-ପ୍ରଭାବିତ ହେବ ନାହିଁ। କିନ୍ତୁ କିଛି ଜରୁରୀ ଟେକ୍ନୋଲୋଜିର ରପ୍ତାନୀ ଉପରେ କଟକଣା ଲଗାଯାଇଛି। ଏଥିରେ ସେମିକଣ୍ଡକ୍ଟର ସେନସର୍ସ, ନାଭିଗେସନ ଏବଂ ଏରିଓନିକ୍ସ ସମ୍ବନ୍ଧିତ ଟେକ୍ନୋଲୋଜି ସାମିଲ ରହିଛି। ଏହାକୁ ନେଇ ରୁଷ ମହାକାଶ ଏଜେନ୍ସିର ନିର୍ଦ୍ଦେଶକ ଜେନେରାଲ ଦିମିତ୍ରା ରୋଗୋଜିନ କ୍ରୋଧ ପ୍ରକାଶ କରିଛନ୍ତି ।

ସେ ଟ୍ଵିଟ କରି କହିଛନ୍ତି ଯେ ଆମେରିକା ରୁଷର ଏରୋସ୍ପେସ ଉଦ୍ୟୋଗ ଏବଂ ମହାକାଶ ମିଶନକୁ ନିଶାଣ କରିଛି। ସ୍ପେସ ଷ୍ଟେସନର କକ୍ଷ ଏବଂ ଲୋକେସନକୁ ରୁଷ ମହାକାଶ ଏଜେନ୍ସି ନିୟନ୍ତ୍ରଣ କରିଥାଏ। ଯଦି ଆମେରିକା ସହଯୋଗ ରୋକି ଦିଏ ତେବେ ସ୍ପେସ ଷ୍ଟେସନ କକ୍ଷରୁ ବାହାରକୁ ଆସିଯିବ। ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲେ କିଏ ରକ୍ଷା କରିବ । ଏହା ଆମେରିକା କିମ୍ବା ୟୁରୋପରେ ପଡିଯିବ। ୫୦୦ ଟନ ବିଶିଷ୍ଟ ଏହି ସରଞ୍ଚନା ଭାରତ ଏବଂ ଚୀନ ଉପରେ ମଧ୍ୟ ପଡିବାର ସମ୍ଭାବନା ରହିଛି। ଆମେରିକା କଣ ଏହି ଦେଶଗୁଡିକୁ ଧମକ ଦେବାକୁ ଚାହୁଁଛି କି ବୋଲି ସେ ପ୍ରଶ୍ନ ଇଛି। କରିଛନ୍ତି । ସ୍ପେସ ଷ୍ଟେସନ ରୁଷ ଉପରେ ଉଡୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

About The Author: The Sakala