ସ୍କ୍ରୁଡ୍ରାଇଭର୍‌ରେ ୧୮ଥର ଭୁସି ପ୍ରେମିକାଙ୍କୁ ହତ୍ୟା

ମୋରାଦାବାଦ୍‌: ଗାଇ ପାଇଁ ଖାଦ୍ୟ ଆଣିବାକୁ ଗତ ଶନିବାର ବାହରକୁ ଯାଥିବା ଜଣେ ମହିଳା ଆଉ ଘରକୁ ଫେରି ନଥିଲେ। ଉତ୍ତରପ୍ରଦେଶର ମୋରାଦାବାଦ୍‌ସ୍ଥିତ କୋଟୱାଲି ମେନାଥେରର ଏକ ଗାଁ ପଡିଆରେ ମହିଳାଙ୍କ ରକ୍ତଭିଜା ଶବ ଦେଖିବାକୁ ମିଳିଥିଲା। ମହିଳାଙ୍କ ପ୍ରେମିକ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି କୁହାଯାଇଛି। ଏକ ସ୍କ୍ରୁଡ୍ରାଇଭରରେ ସେ ମହିଳାଙ୍କୁ ୧୮ଥର ଭୁସି ଏହି କାଣ୍ଡ ଘଟାଇଛି। ସାଇରା ନାମକ ଏହି ମହିଳା ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ […]

ମୋରାଦାବାଦ୍‌: ଗାଇ ପାଇଁ ଖାଦ୍ୟ ଆଣିବାକୁ ଗତ ଶନିବାର ବାହରକୁ ଯାଥିବା ଜଣେ ମହିଳା ଆଉ ଘରକୁ ଫେରି ନଥିଲେ। ଉତ୍ତରପ୍ରଦେଶର ମୋରାଦାବାଦ୍‌ସ୍ଥିତ କୋଟୱାଲି ମେନାଥେରର ଏକ ଗାଁ ପଡିଆରେ ମହିଳାଙ୍କ ରକ୍ତଭିଜା ଶବ ଦେଖିବାକୁ ମିଳିଥିଲା। ମହିଳାଙ୍କ ପ୍ରେମିକ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି କୁହାଯାଇଛି। ଏକ ସ୍କ୍ରୁଡ୍ରାଇଭରରେ ସେ ମହିଳାଙ୍କୁ ୧୮ଥର ଭୁସି ଏହି କାଣ୍ଡ ଘଟାଇଛି। ସାଇରା ନାମକ ଏହି ମହିଳା ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜିବାକୁ ବାହାରୁ ଯାଇଥିଲେ। ତେବେ ପରଦିନ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଛି ବୋଲି ପୁଲିସ ପ୍ରଥମେ ସନ୍ଦେହ କରିଥିଲା। ତାଙ୍କ ଗୁପ୍ତାଙ୍ଗରେ ରକ୍ତ ଦେଖିବାକୁ ମିଳିଥିଲା। କିନ୍ତୁ ପୋଷ୍ଟମର୍ଟମ ପରେ ତାଙ୍କ ସହ ଦୁଷ୍କର୍ମ ହୋଇନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି। ତଦନ୍ତ ବେଳେ ସାଇରାଙ୍କ ମୋବାଇଲ ଫୋନ୍‌ରେ ୫ଟି ମିସ୍‌ କଲ୍‌ ଦେଖିବାକୁ ମିଳିଥିଲା। ଏହାକୁ ଆଧାର କରି ସେହି ଗାଁରେ ରହୁଥିବା ରଫି ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ପୁଲିସ୍‌ ପହଞ୍ଚିଥିଲା। ସେ ମଧ୍ୟ ପୁଲିସ୍‌ ଆଗରେ ନିଜର ଦୋଷ ସ୍ୱୀକାର କରିଛି। ସେ ଏକତରଫା ପ୍ରେମ କରୁଥିଲା ଓ ସାଇରା କୌଣସି ପ୍ରତିକ୍ରୟା ଦେଉ ନଥିଲା। କିଛି ଦିନତଳେ ଜଣେ ବ୍ୟକ୍ତି ସାଇରାଙ୍କୁ ବାଡେଇଥିଲା। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସାଇରାଙ୍କ ସମ୍ପର୍କ ଅଛି ବୋଲି ରଫି ସନ୍ଦେହ କରିଥିଲା। ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ସାଇରାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ବୋଲି ରଫି କହିଛି।

About The Author: The Sakala