ସବୁବେଳେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ହଠାତ୍‌ କାହିଁକି କଲେ ପ୍ରଶଂସା, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସର୍ବଦା ସମାଲୋଚନା କରନ୍ତି କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ଯଦି ରାହୁଲ ମୋଦୀ ସରକାରଙ୍କୁ କୌଣସି ପ୍ରସଙ୍ଗରେ ଟାର୍ଗେଟ କରନ୍ତି, ତେବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ କରି ରାହୁଲଙ୍କୁ ସମାଲୋଚନା କରନ୍ତି। କିନ୍ତୁ ହଠାତ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା କରାଯାଉଛି। Thanks to Rahul Gandhi […]

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସର୍ବଦା ସମାଲୋଚନା କରନ୍ତି କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ଯଦି ରାହୁଲ ମୋଦୀ ସରକାରଙ୍କୁ କୌଣସି ପ୍ରସଙ୍ଗରେ ଟାର୍ଗେଟ କରନ୍ତି, ତେବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ କରି ରାହୁଲଙ୍କୁ ସମାଲୋଚନା କରନ୍ତି। କିନ୍ତୁ ହଠାତ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା କରାଯାଉଛି।


କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲଦାଖ ଟୁରକୁ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରଶଂସାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଲଦାଖରେ ରାହୁଲଙ୍କ ବାଇକ ଚଳାଇବାକୁ ରିଜିଜୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଦ୍ୱାରା ନିର୍ମିତ ଲଦାଖର ସୁନ୍ଦର ରାସ୍ତାକୁ ରାହୁଲ ପ୍ରମୋଟ କରୁଥିବାରୁ ତାଙ୍କୁ ଧନ୍ୟବାଦ । କାଶ୍ମୀର ଉପତ୍ୟକାରେ ବୃଦ୍ଧି ପାଉଥିବା ପର୍ୟ୍ୟଟନକୁ ନିଜ ଲଦାଖ ଗସ୍ତ ସମୟରେ ରାହୁଲ ସାମ୍ନାକୁ ଆଣିଥିବା ରିଜିଜୁ କହିଛନ୍ତି । ଏହାସହିତ ସେ ଏକ ଭିଡିଓ ମଧ୍ୟ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ୨୦୧୨ ମସିହାରେ କଂଗ୍ରେସ ସରକାର ସମୟରେ ଥିବା ଲଦାଖର ରାସ୍ତା ଓ ବର୍ତ୍ତମାନ ବିଜେପି ସରକାର ସମୟରେ ରାହୁଲ ବାଇକ ଚଳାଉଥିବା ରାସ୍ତାକୁ ଦେଖାଇ, ପୂର୍ବ ସରକାର ଓ ଏବେର ସରକାରଙ୍କ ସମୟରେ ଲଦାଖର ପାର୍ଥକ୍ୟ ଦର୍ଶାଇଛନ୍ତି ।


ତେବେ ଜମ୍ମୁକାଶ୍ମୀର ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାପରେ, ପ୍ରଥମ ଥର ପାଇଁ ଲଦାଖ ଗସ୍ତରେ ଥିବା ରାହୁଲ ଗତକାଲି ଭିନ୍ନ ଅନ୍ଦାଜ ରେ ନଜର ଆସିଥିଲେ । ପ୍ରଫେସନାଲ ବାଇକର ଗେଟଅଫ ରେ ସେ ଲଦାଖର ପାଙ୍ଗୋଙ୍ଗ ହ୍ରଦକୁ ବାଇକ ଚଳାଇ ଯାଇଥିଲେ । ଆଉ ଏହି ସମୟର ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତାମାନେ ଏହାକୁ ପ୍ରଶଂସା କରୁଥିବାବେଳେ ବିଜେପି ନେତାମାନେ ରାହୁଲଙ୍କୁ ସମାଲୋଚନା କରୁଛନ୍ତି । ଜାମ୍ମୁ କାଶ୍ମିରରୁ ଧାରା ୩୭୦ ହଟିବା ଫଳରେ ଏବେ ସେଠାରେ ବିକାଶ ସମ୍ଭବ ହେଉଛି ଓ ରାହୁଲ ସେଠାକାର ପର୍ଯ୍ୟଟନର ମଜା ନେବା ସହ ବାଇକ ଚଳାଇ ପାରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

About The Author: The Sakala