ଏନ୍‌କାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ବାଲାକୋଟେ ଗ୍ରାମ ନିକଟସ୍ଥ ଏଲଓ୍ସିରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି। ପ୍ରତିରକ୍ଷା ବିଭାଗର ପିଆରଓ ଏହି ସୂଚନା ଦେଇଛନ୍ତି। ଏଲ୍ଓସିରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ସୂଚନା ମିଳିବା ପରେ ସେନା ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଗୁଳି ବାଜିବା ପୂର୍ବରୁ ଆତଙ୍କବାଦୀ ସୀମା ପାର କରି ଦେଇଥିଲେ। ତେଣୁ ସେମାନଙ୍କ ମୃତଦେହ ମିଳିପାରି ନାହିଁ। ଘଟଣାସ୍ଥଳରୁ ଏକ ଏକେ-୪୭ ରାଇଫଲ, ୨ଟି ମାଗାଜିନ, ୩୦ ରାଉଣ୍ଡ […]

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ବାଲାକୋଟେ ଗ୍ରାମ ନିକଟସ୍ଥ ଏଲଓ୍ସିରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି। ପ୍ରତିରକ୍ଷା ବିଭାଗର ପିଆରଓ ଏହି ସୂଚନା ଦେଇଛନ୍ତି। ଏଲ୍ଓସିରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ସୂଚନା ମିଳିବା ପରେ ସେନା ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଗୁଳି ବାଜିବା ପୂର୍ବରୁ ଆତଙ୍କବାଦୀ ସୀମା ପାର କରି ଦେଇଥିଲେ। ତେଣୁ ସେମାନଙ୍କ ମୃତଦେହ ମିଳିପାରି ନାହିଁ। ଘଟଣାସ୍ଥଳରୁ ଏକ ଏକେ-୪୭ ରାଇଫଲ, ୨ଟି ମାଗାଜିନ, ୩୦ ରାଉଣ୍ଡ ଗୁଳି, ୨ଟି ଗ୍ରେନେଡ ଏବଂ ପାକିସ୍ତାନର କିଛି ଔଷଧ ଜବତ କରାଯାଇଛି।

About The Author: The Sakala