ଟ୍ୱିଟର ପାଇଁ ବଢିଲା ଅଡୁଆ: ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ବଢିଲା ଅଡୁଆ। ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର। ଆଇଟି ନିୟମ ମାନିବାରେ ବିଫଳ ହେତୁ ଦେଶରେ ଆଇନଗତ ସୁରକ୍ଷା ହରାଇଛି ଟ୍ବିଟର। ତେବେ ଟ୍ୱିଟରକୁ ଛାଡିଦେଲେ ଅନ୍ୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଆଇନଗତ ସୁରକ୍ଷା ପାଇବେ। Twitter has lost its status as intermediary platform in India due to non-compliance with new IT rules. This means instead of being considered just a […]

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ବଢିଲା ଅଡୁଆ। ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର। ଆଇଟି ନିୟମ ମାନିବାରେ ବିଫଳ ହେତୁ ଦେଶରେ ଆଇନଗତ ସୁରକ୍ଷା ହରାଇଛି ଟ୍ବିଟର। ତେବେ ଟ୍ୱିଟରକୁ ଛାଡିଦେଲେ ଅନ୍ୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଆଇନଗତ ସୁରକ୍ଷା ପାଇବେ।


ସୂଚନା ଅନୁଯାୟୀ, ଆଇଟି ନିୟମ ପାଳନ ନ କରିଥିବା ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଟ୍ୱିଟର। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ଅନୈତିକ କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ପୋଷ୍ଟ କରିବେ, ତା’ହେଲେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ପୋଲିସ ଜେରା କରିପାରିବ। ଦେଶର ପରିଚାଳନା ନିର୍ଦ୍ଦେଶକ ସମେତ ମାଇକ୍ରୋବ୍ଲଗିଂ ସାଇଟର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଆଇପିସି ଅଧୀନରେ ପୋଲିସର ପଚରାଉଚରା କରିପାରିବ।

About The Author: The Sakala