ଟ୍ବିଟରରେ ଖୁବ ଶୀଘ୍ର ଉପଲବ୍ଧ ହେବ ଏଡ଼ିଟ ବଟନ୍: ଜାଣନ୍ତୁ କେଉଁ ଉପଭୋକ୍ତା କରିପାରିବେ ଏହାର ବ୍ଯବହାର….

ନୂଆଦିଲ୍ଲୀ:ଖୁବ ଶୀଘ୍ର ଟ୍ବିଟରେ ଉଲବ୍ଧ ହେବ ଏଡ଼ିଟ କରିବାର ବିକଳ୍ପ। ଏହି ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିଛି ଟ୍ୱିଟର। ଗୋଟିଏ ଟ୍ୱିଟ ଦ୍ୱାରା ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ନୂଆ ଫିଚରର ପରୀକ୍ଷା ଆରମ୍ଭ କରାଯାଇଥିବା ସୂଚନା ଦେଇଛି। କମ୍ପାନୀ କହିଛି ଯେ “ଆପଣ ଏଡିଟେଡ ଟ୍ୱିଟ ଦେଖିପାରିବେ, କାରଣ ଆମେ ଏଡିଟ ବଟନର ଟେଷ୍ଟିଂ ଆରମ୍ଭ କରିଛୁ।” if you see an edited Tweet it's because we're testing the edit […]

ନୂଆଦିଲ୍ଲୀ:ଖୁବ ଶୀଘ୍ର ଟ୍ବିଟରେ ଉଲବ୍ଧ ହେବ ଏଡ଼ିଟ କରିବାର ବିକଳ୍ପ। ଏହି ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିଛି ଟ୍ୱିଟର। ଗୋଟିଏ ଟ୍ୱିଟ ଦ୍ୱାରା ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ନୂଆ ଫିଚରର ପରୀକ୍ଷା ଆରମ୍ଭ କରାଯାଇଥିବା ସୂଚନା ଦେଇଛି। କମ୍ପାନୀ କହିଛି ଯେ “ଆପଣ ଏଡିଟେଡ ଟ୍ୱିଟ ଦେଖିପାରିବେ, କାରଣ ଆମେ ଏଡିଟ ବଟନର ଟେଷ୍ଟିଂ ଆରମ୍ଭ କରିଛୁ।”


କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ କେବଳ ବ୍ଲୁ ଟିକ୍‌ ସବସ୍କ୍ରାଇବରମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ତେବେ ଯେଉଁମାନେ ଏଥିପାଇଁ ଟଙ୍କା ଦେବାକୁ ରାଜି ଅଛନ୍ତି, ସେହି ଗ୍ରାହକମାନଙ୍କ ପାଇଁ ଏଡିଟ ବଟନ ଉପଲବ୍ଧ ହେବ। ଏହାର ଅର୍ଥ ଏଡିଟ ବଟନର ବିକଳ୍ପ ମାଗଣାରେ ଟ୍ୱିଟର ବ୍ୟବହାରକାରୀଙ୍କୁ ମିଳିବ ନାହିଁ।  ଏଡିଟ୍ ବଟନ୍ ଆସିବା ସହିତ ଟ୍ୱିଟର ବ୍ୟବହାରକାରୀ (ପେଡ୍ ଗ୍ରାହକ) ପୋଷ୍ଟ କରିବା ପରେ ସେମାନଙ୍କ ଟ୍ୱିଟରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବେ। ଉପଭୋକ୍ତାମାନଙ୍କ ପାଇଁ ଏହି ଏଡିଟ୍ ଫିଚର ବହୁ ସାହାୟକ ହେବ।

ଏଡିଟ ବଟନ ଆସିଗଲେ ଜଣେ ବ୍ୟବହାରକାରୀ ଯେକୌଣସି ଟ୍ୱିଟରେ ସଂଶୋଧନ କରିପାରିବେ। କମ୍ପାନୀ କହିଛି ଗୋଟିଏ ଟ୍ୱିଟ ପୋଷ୍ଟ ହେବାର ୩୦ ମିନିଟ ମଧ୍ୟରେ ଏହାକୁ ଏଡିଟ କରାଯାଇ ପାରିବ। ଏଡିଟ ହୋଇଥିବା ଟ୍ୱିଟରେ ସ୍ୱତନ୍ତ୍ର ଆଇକନ ରହିବ। ଏହାର ଅର୍ଥ ଏହାକୁ ଏଡିଟ କରାଯାଇଛି ବୋଲି ସମସ୍ତେ ଜାଣିପାରିବେ। ବର୍ତ୍ତମାନ ସବୁ ପ୍ରକାରର ସମସ୍ୟାର ସମାଧାନ ପାଇଁ ଗୋଟିଏ ଛୋଟିଆ ଗ୍ରୁପ ମଧ୍ୟରେ ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର କରାଯାଉଛି। କିନ୍ତୁ ଚଳିତ ମାସରେ ହିଁ ବ୍ଲୁ ଟିକ୍‌ ପାଇଥିବା ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ।

About The Author: The Sakala