ନୂଆଦିଲ୍ଲୀ: ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହାଫଳରେ ସୋମବାରଠାରୁ ଟ୍ବିଟର ୟୁଜରଙ୍କୁ ଏହାର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ। ଏହା କରିବା ପରେ ୟୁଜରଙ୍କୁ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ କମ୍ପାନୀ ଆରମ୍ଭ କରିଥିବା ସ୍ବତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ। ଗତ ମାସରେ କମ୍ପାନୀ ଏହି ପ୍ରୟାସ ଆରମ୍ଭ କରି ସେଥିରେ ବିଫଳ ହୋଇଥିଲା। ପ୍ରକୃତରେ ପୂର୍ବରୁ ଟିଟରର ଏହି ବ୍ଲୁ ଟିକ୍ ମାର୍କକୁ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକମାନଙ୍କୁ ଦିଆଯାଉଥିଲା। କମ୍ପାନୀ ୱେବ୍ ୟୁଜର୍ସଙ୍କଠାରୁ ଏଥିପାଇଁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କଠାରୁ ମାସିକ ୧୧ ଡଲାର ନେବ। ଟ୍ବିଟର କହିଛି ଏହି ଫିଚର ଦ୍ବାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ, ଏହାସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍ଗୁଡିକ ଅଧିକ ଗୁରୁତ୍ବର ସହ ଦେଖାଯିବ
ଆଜିଠୁ ଟ୍ୱିଟର ‘ବ୍ଲୁ ଟିକ୍’ ସବ୍ସ୍କ୍ରିପସନ୍ ଆରମ୍ଭ
ନୂଆଦିଲ୍ଲୀ: ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହାଫଳରେ ସୋମବାରଠାରୁ ଟ୍ବିଟର ୟୁଜରଙ୍କୁ ଏହାର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ। ଏହା କରିବା ପରେ ୟୁଜରଙ୍କୁ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ କମ୍ପାନୀ ଆରମ୍ଭ କରିଥିବା ସ୍ବତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ। ଗତ ମାସରେ କମ୍ପାନୀ ଏହି ପ୍ରୟାସ ଆରମ୍ଭ କରି ସେଥିରେ ବିଫଳ ହୋଇଥିଲା। ପ୍ରକୃତରେ ପୂର୍ବରୁ ଟିଟରର ଏହି ବ୍ଲୁ ଟିକ୍ ମାର୍କକୁ କମ୍ପାନୀ, […]