ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ଦେଶର ୩ ଜଣ ବରିଷ୍ଠ ଡାକ୍ତର ଭିଡିଓ କନଫରେନ୍ସିଂ ମଧ୍ଯରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ ଦେଶବାସୀ କରୋନା ସମୟରେ କିପରି ସରୁକ୍ଷିତ ରହିପାରିବା ସେ ନେଇ ପରାମର୍ଶ ଦେଇଛନ୍ତି।
କୋଭିଡ ପାଇଁ ଚ୍ଯାଲେଞ୍ଚ ସୃଷ୍ଟି ହୋଇଛି। ସଂକ୍ରମିତ ହେଲେ ଡରିବାର ନାହିଁ। ଆକ୍ରାନ୍ତ ହେଲେ ଘରେ ସଙ୍ଗରୋଧରେ ରୁହନ୍ତୁ। ସର୍ବଦା ଘରେ ରୁହନ୍ତୁ ମାସ୍କ ବ୍ଯବହାର କରନ୍ତୁ। ସାମାନ୍ଯ ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇ ନିଅନ୍ତୁ ବୋଲି ପରାମାର୍ଶ ଦେଇଛନ୍ତି। ଠିକ ସମୟରେ ଚିକିତ୍ସା ଆରମ୍ଭ କଲେ ନିଶ୍ଚିତ ଆରୋଗ୍ୟ ହେବେ ବୋଲି ବରିଷ୍ଠ ଡାକ୍ତର କହିଛନ୍ତି।