ରୁଷର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ; ୧୧ ସୈନିକ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ […]

ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି ।

ସୂଚନା ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଏମାନେ ରୁଷ ସେନାରେ ଭଲିଣ୍ଟିଅର ଭାବେ କାମ କରୁଥିଲେ। ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ। ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ।

ସୂଚନାଯୋଗ୍ୟ, ବେଲଗୋରୋଦ ଅଂଚଳ ୟୁକ୍ରେନ ସହିତ ସଂଯୁକ୍ତ ଥିବା ରୁଷର ପଶ୍ଚିମ ସୀମାରେ ଅବସ୍ଥିତ । ପୂର୍ବରୁ ଭ୍ଲାଦିମିର ପୁଟିନ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହା ଅଧୀନରେ ୩ ଲକ୍ଷ ରିଜର୍ଭ ଫୋର୍ସ ଯଥା ସାମରିକ ତାଲିମପ୍ରାପ୍ତ ସାଧାରଣ ନାଗରିକଙ୍କୁ ସେନାରେ ନିୟୋଜିତ କରାଯିବ ।

About The Author: The Sakala