କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ, ରାଜସ୍ଥାନକୁ ସ୍ଥାନାନ୍ତର ଲାଗି କେନ୍ଦ୍ରକୁ ପରାମର୍ଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ନାମିୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ତିନି ଚିତାଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଗୁରୁତର ଭାବେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାସହିତ ଅତିଥି ଚିତାମାନଙ୍କୁ ରାଜସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା […]

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ନାମିୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ତିନି ଚିତାଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଗୁରୁତର ଭାବେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାସହିତ ଅତିଥି ଚିତାମାନଙ୍କୁ ରାଜସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟକ ଚିତାଙ୍କ ଲାଗି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ତେଣୁ ସେମାନଙ୍କୁ ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି ଏବଂ ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଛି ବୋଲି କହିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ।

କିଡନୀ ଖରାପ କାରଣରୁ ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାଙ୍କ ମୃତ୍ୟୁ ଘଟିଥିଲା । ହୃଦରୋଗ ଓ ଶ୍ବାସକ୍ରିୟାଜନିତ ସମସ୍ୟାରୁ ଗତ ଏପ୍ରିଲ ୨୩ରେ ସାଉଥ ଆଫ୍ରିକାରୁ ଆସିଥିବା ଉଦୟର ମୃତ୍ୟୁ ଘଟିଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ ତାରିଖରେ ସାଉଥ ଆଫ୍ରିକାର ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା । ଭାରତରେ ୧୯୪୭-୪୮ ମସିହାରୁ ବିଲୁପ୍ତ ହୋଇଯାଇଥିଲେ ଚିତା । ମାର୍ଚ୍ଚ ୨୭ରେ ପ୍ରଥମ ଚିତାର ମୃତ୍ୟୁ ଘଟିବା ପରେ ୨୮ ତାରିଖରେ ଚିତା ଟାସ୍କ ଫୋର୍ସର ବିଶେଷଜ୍ଞଙ୍କଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିବାବେଳେ ଗତ ଫେବ୍ରୁଆରୀ ୧୮ ତାରିଖରେ ସାଉଥ ଆଫ୍ରିକାରୁ ଅଣାଯାଇଥିଲା ୧୨ ଚିତା । ସେମାନଙ୍କ ମଧ୍ୟରେ ଥିଲେ ୭ଟି ମାଈ ଓ ୫ଟି ଅଣ୍ଡିରା ।

About The Author: The Sakala