ମଣିପୁରରେ ଓଲଟିଲା ଟୁରରେ ଯାଉଥିବା ବସ୍‌ , ୧୫ ଛାତ୍ର ମୃତ

ମଣିପୁର: ମଣିପୁରର ନୋନି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟୁରରେ ଯାଉଥିବା ଏକ ବସଟି ଉଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କ ମୃତ୍ଯୁ ଘଟିଥିବା ବେଳେ ଅନେକ ଛାତ୍ର ଗୁୁରୁତର ଆହତ ହୋଇଛନ୍ତି। ମୃତ୍ଯୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। ଖବର ମୁତାବକ, ଦୁର୍ଘଟଣା ଘଟିଥିବା ବସଟି ୟାରିପୋକର ଥମ୍ବଲନି ହାୟର ସେକେଣ୍ଡାରି ସ୍କୁଲର ବୋଲି ଜଣାପଡ଼ିଛି। ଏହି ବସଟି ଛାତ୍ରଙ୍କୁ ନେଇ ଏକ ଟୁରରେ ଯାଉଥିବା ବେଳେ […]

ମଣିପୁର: ମଣିପୁରର ନୋନି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟୁରରେ ଯାଉଥିବା ଏକ ବସଟି ଉଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କ ମୃତ୍ଯୁ ଘଟିଥିବା ବେଳେ ଅନେକ ଛାତ୍ର ଗୁୁରୁତର ଆହତ ହୋଇଛନ୍ତି। ମୃତ୍ଯୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି।

ଖବର ମୁତାବକ, ଦୁର୍ଘଟଣା ଘଟିଥିବା ବସଟି ୟାରିପୋକର ଥମ୍ବଲନି ହାୟର ସେକେଣ୍ଡାରି ସ୍କୁଲର ବୋଲି ଜଣାପଡ଼ିଛି। ଏହି ବସଟି ଛାତ୍ରଙ୍କୁ ନେଇ ଏକ ଟୁରରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ସ୍ଥଳରେ ୧୫ ଜଣ ଛାତ୍ରଙ୍କର ମୃତ୍ଯୁ ଘଟିଥିବା ବେଳେ ୨୨ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଇମ୍ଫାଲର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

About The Author: The Sakala