ଶ୍ରୀଲଙ୍କା ସ୍ଥିତି ଗମ୍ଭୀର: ଇସ୍ତଫା ଦେଲେ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ, ଆକାଶ ଛୁଆଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ଖାଦ୍ୟ, ପାନୀୟର ଉତ୍କଟ ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲେ ମଧ୍ୟ ଏହାକୁ ଲୋକେ ଭ୍ରୁକ୍ଷେପ କରିନାହାନ୍ତି। ସବୁ ଦିଗରୁ ନାଚାର ହୋଇପଡ଼ିଥିବା ଶ୍ରୀଲଙ୍କାବାସୀ ଏବେ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଛନ୍ତି। ଯାହାକୁ ନେଇ ଦେଶର ବିଭିନ୍ନ ସହରରେ ଏବେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ନେଇ ସରାକରଙ୍କ ପକ୍ଷରୁ ସୋସିଆଲ ମିଡିଆ ମନ୍ଦ କରାଯାଇଥିଲେ ହେଁ ଏହା […]

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ଖାଦ୍ୟ, ପାନୀୟର ଉତ୍କଟ ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲେ ମଧ୍ୟ ଏହାକୁ ଲୋକେ ଭ୍ରୁକ୍ଷେପ କରିନାହାନ୍ତି। ସବୁ ଦିଗରୁ ନାଚାର ହୋଇପଡ଼ିଥିବା ଶ୍ରୀଲଙ୍କାବାସୀ ଏବେ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଛନ୍ତି। ଯାହାକୁ ନେଇ ଦେଶର ବିଭିନ୍ନ ସହରରେ ଏବେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ନେଇ ସରାକରଙ୍କ ପକ୍ଷରୁ ସୋସିଆଲ ମିଡିଆ ମନ୍ଦ କରାଯାଇଥିଲେ ହେଁ ଏହା ମଧ୍ୟ ଲୋକଙ୍କ ପାଇଁ ଫରକ ପଡ଼ିନି। ବରଂ ଯୁବ ଏବଂ ଛାତ୍ର ଗୋଷ୍ଠୀ ଅଧିକ ଉତ୍ତ୍ୟକ୍ତ ହୋଇପଡ଼ିଥିବା ଜଣାପଡ଼ିଛି।

ଏଭଳି ପରିସ୍ଥିତରେ ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କା କ୍ୟାବିନେଟ୍‌ର ବାକି ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ତଥା ଗୃହର ନେତା ଦିନେଶ ଗୁଣବର୍ଦ୍ଧେନା କହିଛନ୍ତି।କ୍ୟାବିନେଟନ୍‌ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ଦେଇ ଦେଇଛନ୍ତି। ଅନ୍ୟପକ୍ଷରେ, ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ ବିମଳ ବୀରବଂଶା ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦେଶର ସାମ୍ପ୍ରତିକ ଆର୍ଥିକ ସଙ୍କଟ ସୁଧାରିବା ପାଇଁ ସର୍ବଦଳୀୟ କାମଚଳା ସରକାର ନିଯୁକ୍ତି ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି।

ଖବର ଅନୁଯାୟୀ, ଦେଶର ଆର୍ଥିକ ବ୍ୟବସ୍ଥା ଏଭଳି ସ୍ତରରେ ପହଞ୍ଚିଛି ଯେ, ଆତ୍ୟାବଶ୍ୟକୀୟ ସାମଗ୍ରୀ ଏବେ ଦୁର୍ମୂଲ୍ୟ ହୋଇପଡ଼ିଛି। ଡାଲି, ଚାଉଳ, ତେଲ ଓ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷକୁ ନେଇ ଚାରି ଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ କଳାବଜାରି ବି ବଢ଼ିବାରେ ଲାଗିଛି। ବ୍ୟବସାୟୀମାନେ ଲୋକଙ୍କ ଠାରୁ ମନଇଛା ଦର କସୁଛନ୍ତି। ଦୁଇ ସପ୍ତାହ ଭିତରେ ପନିପରିବାର ମୂଲ୍ୟ ୪ଗୁଣ ବଢିଥିବା ବେଳେ ଚାଉଳ , ଗହମ ଡାଲି କଥା ତ ନ କହିଲେ ଭଲ। ଚାଉଳ କିଲୋ ପ୍ରତି ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗହମ ମୂଲ୍ୟ ୨୦୦ ପାର କରିଛି। ସେହିପରି ଚିନି କିଲୋ ୩୦୦, ନଡ଼ିଆ ତେଲ ଲିଟର ପ୍ରତି ୮୫୦ ଟଙ୍କା, ଗୋଟିଏ ଅଣ୍ଡା ମୂଲ୍ୟ ୩୦ ଟଙ୍କାରେ ପହଞ୍ଚିଛି। ସେହିପରି ପ୍ୟାକେଟ୍ ଗୁଣ୍ଡ କ୍ଷୀର ମୂଲ୍ୟ ୧୯୦୦ ଟଙ୍କା ଛୁଇଁଛି। ଗତ ପେବୃଆରୀ ମାସରୁ ଶ୍ରୀଲଙ୍କାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୭.୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳ ଖାଦ୍ୟ ସାମଗ୍ରୀରେ ମହଙ୍ଗା ୨୫ ପ୍ରତିଶତ ବଢ଼ିଛି। ଦେଶରେ ଔଷଧ ଓ କ୍ଷୀରର ଉତ୍କଟ ଅଭାବ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଶେଷ ହେବାକୁ ବସିଲାଣି। ଯାହାକୁ ନେଇ ସାରା ଦେଶରେ ବିଦ୍ରୋହ ମୁଣ୍ଡ ଟେକିଥÒବା ବେଳେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି।

About The Author: The Sakala