ଉଡାଣ ଭରିବାର କିଛି ସମୟ ପରେ ବିମାନରେ ଲାଗିଲା ନିଆଁ, ପାଟନାରେ ଜରୁରୀ ଅବତରଣ କଲା ସ୍ପାଇସଜେଟ

ନୂଆଦିଲ୍ଲୀ : ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ। ଉଡାଣର କିଛି ସମୟ ମଧ୍ୟ ବିମାନଟିରେ ନିଆଁ ଲାଗିବା ଜଣାପଡିଥିଲା। ଆଉ ଏହାପରେ ପାଇଲଟ୍‌ ତୁରନ୍ତ କଂଣ୍ଟ୍ରୋଲ ରମ୍‌ ସହ ଯୋଗାଯୋଗ କରି ବିମାନଟିକୁ ଜରୁରୀ ଅବତରଣ କରାଇଥିଲେ । ବିମାନରେ ଥିବା ୧୮୫ ଯାତ୍ରୀ ସୁରକ୍ଷିତ ରହିଛନ୍ତି। Bihar | The Delhi-bound flight had returned to Patna airport after locals noticed a fire in the aircraft & informed district […]

ନୂଆଦିଲ୍ଲୀ : ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ। ଉଡାଣର କିଛି ସମୟ ମଧ୍ୟ ବିମାନଟିରେ ନିଆଁ ଲାଗିବା ଜଣାପଡିଥିଲା। ଆଉ ଏହାପରେ ପାଇଲଟ୍‌ ତୁରନ୍ତ କଂଣ୍ଟ୍ରୋଲ ରମ୍‌ ସହ ଯୋଗାଯୋଗ କରି ବିମାନଟିକୁ ଜରୁରୀ ଅବତରଣ କରାଇଥିଲେ । ବିମାନରେ ଥିବା ୧୮୫ ଯାତ୍ରୀ ସୁରକ୍ଷିତ ରହିଛନ୍ତି।


ମିଳିଥିବା ସୂଚନା ଅନୁସାରେ ବିହାରର ରାଜଧାନୀ ପାଟନାରୁ ସ୍ପାଇସଜେଟର  ବିମାନ ନମ୍ବର ୭୨୩ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିବା ଜଣାପଡିଥିଲା। ଏହାପରେ ପାଇଲଟ୍‌ ତୁରନ୍ତ କଂଣ୍ଟ୍ରୋଲ ରମ୍‌ ସହ ଯୋଗାଯୋଗ କରି ବିମାନଟିକୁ ସେହି ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିଲେ। ପାଟଣା ଏୟାରପୋର୍ଟରେ ବିମାନଟିର ନିଆଁକୁ ଆୟତ୍ତ କରାଯାଇଛି।  ବିମାନରେ ଥିବା ସମସ୍ତ ୧୮୫ ଯାତ୍ରୀ ସୁରକ୍ଷିତ ଅଛନ୍ତି।

About The Author: The Sakala