ଝାରଖଣ୍ଡ: ଝାରଖଣ୍ଡର ଗିରିଡିହ ଜିଲ୍ଲା ଲୁକୈୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଡରମା-କୋଓ୍ବାଡ-ଭରକଟ୍ଟା ଜାତୀୟ ରାଜପଥରେ ଗଛରେ ପିଟି ହେଲା ସ୍କର୍ପିଓ । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏକ ବାହାଘର ଉତ୍ସବରୁ ଫେରୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବରେ ଥିବା ଗଛରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୃତମାନେ ବିରେନୀ ଥାନା ଅଞ୍ଚଳର ଅଧିବାସୀ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ଶବକୁ ଚିହ୍ନଟ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ୬ଜଣ ଏକ ସ୍ପର୍ପିଓରେ ଗିରିଡିହିର ତିକୋଡ଼ିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଗାଡ଼ି ନିୟନ୍ତ୍ରଣ ହରାଇ ଦ୍ରୁତଗତିରେ ଏକ ଗଛରେ ପିଟି ହୋଇଥିଲା । ଫଳରେ ଚାଳକଙ୍କ ସମେତ ମୋଟ୍ ୬ଜଣ ପ୍ରାଣ ହାଇଛନ୍ତି ।