ଅଜଣା ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର

କାମାକ୍ଷାନଗର: ଅଜଣା ଗାଡି ଧକ୍କାରେ ବାପ ମୃତ୍ୟୁ, ପୁଅ ଆହତ। ମୃତକ ହେଲେ ତୁମୁଶିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ଆହତ ପୁଅ ହେଲେ ଆଶିଷ ସାହୁ। ଆଜି ମଧ୍ୟାନ୍ନ ସମୟରେ କୌଣସି କାମନେଇ ଗ୍ରାମରୁ ବାଇକ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ। କାମସାରି ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ କାମାକ୍ଷାନଗର- ଢେଙ୍କାନାଳ ମୁଖ୍ୟରାସ୍ତାର ସାଳୁଆ ଛକ ନିକଟରେ ଧକ୍କା ଦେଇଥିଲା। ଫଳରେ ବାପ ପୁଅ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ […]

କାମାକ୍ଷାନଗର: ଅଜଣା ଗାଡି ଧକ୍କାରେ ବାପ ମୃତ୍ୟୁ, ପୁଅ ଆହତ। ମୃତକ ହେଲେ ତୁମୁଶିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ଆହତ ପୁଅ ହେଲେ ଆଶିଷ ସାହୁ। ଆଜି ମଧ୍ୟାନ୍ନ ସମୟରେ କୌଣସି କାମନେଇ ଗ୍ରାମରୁ ବାଇକ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ। କାମସାରି ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ କାମାକ୍ଷାନଗର- ଢେଙ୍କାନାଳ ମୁଖ୍ୟରାସ୍ତାର ସାଳୁଆ ଛକ ନିକଟରେ ଧକ୍କା ଦେଇଥିଲା। ଫଳରେ ବାପ ପୁଅ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ଉଭୟ ବାପ ପୁଅଙ୍କୁ ଅଁଳାବେରେଣି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ବାପା ଅକ୍ଷୟ ସାହୁଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅର ଚିକିତ୍ସା ଜାରି ରହିଛି। ଅକ୍ଷୟଙ୍କ ମୃତ ଖବର ମିଳିବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି। ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଯାରି ରଖିଛି।

About The Author: The Sakala