ରାସ୍ତାରେ ଯାଉଥିବା ୬ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ କାର୍‌କୁ ଧକ୍କା ଦେଇ ଦ୍ରୁତ ଗତିରେ ମାଡ଼ିଆସି ରାସ୍ତାରେ ଯାଉଥିବା ଲୋକଙ୍କୁ ଚାପି ଦେଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରକ୍ ଧକ୍କା ଦେଇଥିବା କାରରେ ୪ରୁ ୫ ଜଣ ଲୋକ ଫସି ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇଁ ସ୍ଥାନୀୟ ପୁଲିସ […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ କାର୍‌କୁ ଧକ୍କା ଦେଇ ଦ୍ରୁତ ଗତିରେ ମାଡ଼ିଆସି ରାସ୍ତାରେ ଯାଉଥିବା ଲୋକଙ୍କୁ ଚାପି ଦେଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରକ୍ ଧକ୍କା ଦେଇଥିବା କାରରେ ୪ରୁ ୫ ଜଣ ଲୋକ ଫସି ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇଁ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

About The Author: The Sakala