ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ; ‘ବିବାହିତା ଅବସ୍ଥାରେ ଅନ୍ୟ ପୁରୁଷ ସହିତ କେଉଁ ଉଦ୍ଦେଶ୍ୟ ରଖି ସମ୍ପର୍କ ରଖିଥିଲ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଏମଏମ ସୁନ୍ଦରେଶ ଓ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ପୀଡିତ ମହିଳାଙ୍କୁ ଭର୍ତ୍ସନା କରିଥିଲେ। କାରଣ ମହିଳା ଜଣଙ୍କ ନିଜ ସ୍ବାମୀଙ୍କୁ ଛାଡି ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ କରିଥିଲେ। କେବଳ ଏତିକି ନୁହେଁ, ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତାଙ୍କୁ ବିବାହ କରିବାକୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ। କିନ୍ତୁ ଏହି […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଏମଏମ ସୁନ୍ଦରେଶ ଓ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ପୀଡିତ ମହିଳାଙ୍କୁ ଭର୍ତ୍ସନା କରିଥିଲେ। କାରଣ ମହିଳା ଜଣଙ୍କ ନିଜ ସ୍ବାମୀଙ୍କୁ ଛାଡି ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ କରିଥିଲେ। କେବଳ ଏତିକି ନୁହେଁ, ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତାଙ୍କୁ ବିବାହ କରିବାକୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ। କିନ୍ତୁ ଏହି ସମୟରେ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଫଳରେ ମହିଳା ତାଙ୍କ ନାଁ ବଳାତ୍କାର ଅଭିଯୋଗ ଆଣିଥିଲେ। ଅଭିଯୁକ୍ତ ଆଗୁଆ ଜାମିନ ଆବେଦନ କରିଥିଲେ।

ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ମହିଳା କହିଛନ୍ତି, ଅଭିଯୁକ୍ତ ବିବାହ ବାହାନାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଯେତେବେଳେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ, ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ଏହାର ଜବାବରେ କୋର୍ଟ କହିଥିଲେ, ବିବାହିତା ଅବସ୍ଥାରେ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ତୁମ ବିରୋଧରେ ମାମଲା ରୁଜୁ ହୋଇପାରିବ। ଆବେଦନକାରୀଙ୍କ ଯୁକ୍ତି ଉପରେ, ସୁପ୍ରିମକୋର୍ଟ କହିଥିଲେ, ତୁମେ ଜଣେ ବିବାହିତ ମହିଳା ଏବଂ ତୁମର ଦୁଇଟି ସନ୍ତାନ ଅଛି। ତୁମେ ଜଣେ ପରିପକ୍ୱ ମହିଳା ଏବଂ ବିବାହିତ ଅବସ୍ଥାରେ ତୁମେ ଅନ୍ୟ କାହା ସହିତ କିପରି ସମ୍ପର୍କ ସ୍ଥାପନ କରୁଥିଲ। ମହିଳାଙ୍କ ଓକିଲ ପୁଣି ଯୁକ୍ତି ଦେଇଥିଲେ ଯେ ଅଭିଯୁକ୍ତ ଆବେଦନକାରୀଙ୍କୁ ବାରମ୍ବାର ହୋଟେଲକୁ ଡାକିଥିଲେ। ଏହା ଉପରେ, ସୁପ୍ରିମକୋର୍ଟ ମହିଳାଙ୍କୁ ପଚାରିଲେ, ତୁମେ ତାଙ୍କ ଡାକିବାରେ କାହିଁକି ବାରମ୍ବାର ଯାଉଥିଲ? ତୁମେ ଭଲ ଭାବରେ ଜାଣ ଯେ, ବିବାହିତ ଅବସ୍ଥାରେ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖିବା ଏକ ଅପରାଧ।

ପାଟନା ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହିଳା ଜଣକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଯେଉଁଥିରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟ ଜାଣିପାରିଥିଲେ ଯେ, ଅଭିଯୁକ୍ତ ମହିଳାଙ୍କ ଛାଡପତ୍ର ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ନ ଥିଲେ।

About The Author: The Sakala