ଟ୍ୱିଟର ରେ ଭାରତର ଭୁଲ ନକ୍ସା ; ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଲା ୱେବସାଇଟ୍‌

ପୁଣି ବିବାଦ ଘେରକୁ ଆସିଲା ମାଇକ୍ରୋ ବ୍ଲଗିଂଗ ସାଇଟ୍ ଟ୍ୱିଟର । ଟ୍ୱିଟର ତା’ର ୱେବସାଇଟ୍‌ ରେ ଭାରତର ଭୁଲ ନକ୍ସା ଦର୍ଶାଇଛି । ନିଜ ୱେବସାଇଟ୍‌ରେ ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଛି ଟ୍ଵିଟର। ଟ୍ୱିଟରର କ୍ୟାରିଅର ସେକ୍ସନରେ ଏଭଳି ମ୍ୟାପ ଦେଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ଟ୍ଵିଟର ଜାମ୍ମୁ କାଶ୍ମୀରକୁ ଭାରତର ଅଂଶ […]

ପୁଣି ବିବାଦ ଘେରକୁ ଆସିଲା ମାଇକ୍ରୋ ବ୍ଲଗିଂଗ ସାଇଟ୍ ଟ୍ୱିଟର । ଟ୍ୱିଟର ତା’ର ୱେବସାଇଟ୍‌ ରେ ଭାରତର ଭୁଲ ନକ୍ସା ଦର୍ଶାଇଛି । ନିଜ ୱେବସାଇଟ୍‌ରେ ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଛି ଟ୍ଵିଟର। ଟ୍ୱିଟରର କ୍ୟାରିଅର ସେକ୍ସନରେ ଏଭଳି ମ୍ୟାପ ଦେଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ଟ୍ଵିଟର ଜାମ୍ମୁ କାଶ୍ମୀରକୁ ଭାରତର ଅଂଶ ନୁହେଁ ବୋଲି ଦର୍ଶାଇଥିଲା। ତେବେ ଟ୍ଵିଟରର ଏଭଳି ଧ୍ରୁଷ୍ଟତା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।

ଟ୍ୱିଟରର ୱେବସାଇଟ୍ ଟ୍ୱିପ୍ ଲାଇଫରେ ଏଭଳି ବିକୃତ ମାନଚିତ୍ର ପ୍ରଦର୍ଶିତ କରାଯାଇଛି । ଜାମ୍ମୁ-କାଶ୍ମୀରକୁ ଅଲଗା ଦେଶ ଭାବେ ଚିତ୍ରଣ କରାଯାଇଥିବା ବେଳେ ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଛି ଟ୍ୱିଟର । ତେବେ, ଟ୍ୱିଟର ଏଭଳି ଭୂଲ୍ ପ୍ରଥମଥର କରି ନାହିଁ । ଏହା ପୂର୍ବରୁ ୨୦୨୦ ଅକ୍ଟୋବରରେ ଟ୍ୱିଟର ଲେହକୁ ଚୀନର ବୋଲି ଦର୍ଶାଇଥିଲା । ଯେଉଁଥିପାଇଁ ଟ୍ୱିଟରକୁ କେନ୍ଦ୍ର ସରକାର ଚେତାବନୀ ମଧ୍ୟ ଦେଇଥିଲେ ।

ତେବେ ଯଦି ଟ୍ଵିଟର ଭାରତର ନକ୍ସାକୁ ସଂଶୋଧିତ କରି ନଦର୍ଶାଇବ ତାହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଟି ଅଧିନିୟମ ଧାରା ୬୯ ଏ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ।

About The Author: The Sakala