ପାଶ୍ଚାତ୍ୟ ଗଣମାଧ୍ୟମରେ ଜୋର୍‌ଦାର୍‌ ଚର୍ଚ୍ଚା : ଜୀବିତ ନାହାନ୍ତି ଜିନ୍‌ପିଙ୍ଗ୍‌ !

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ଗୃହବନ୍ଦୀ କରାଯାଇଥିବା ବିଷୟ ଗତକାଲି ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ଏହାର ଗୋଟିଏ ଦିନ ପରେ ଜିନପିଙ୍ଗଙ୍କୁ ନେଇ କେତେକ ପାଶ୍ଚାତ୍ୟ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହା ଅନେକଙ୍କୁ ବିସ୍ମିତ କରିଛି। ଜିନପିଙ୍ଗଙ୍କୁ ହତ୍ୟା କରାଯାଇଛି ଏବଂ କୌଣସି ମୁହୂର୍ତ୍ତରେ ଜେନେରାଲ ଲି କ୍ବିଓମିଙ୍ଗଙ୍କ […]

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ଗୃହବନ୍ଦୀ କରାଯାଇଥିବା ବିଷୟ ଗତକାଲି ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତେବେ ଏହାର ଗୋଟିଏ ଦିନ ପରେ ଜିନପିଙ୍ଗଙ୍କୁ ନେଇ କେତେକ ପାଶ୍ଚାତ୍ୟ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହା ଅନେକଙ୍କୁ ବିସ୍ମିତ କରିଛି। ଜିନପିଙ୍ଗଙ୍କୁ ହତ୍ୟା କରାଯାଇଛି ଏବଂ କୌଣସି ମୁହୂର୍ତ୍ତରେ ଜେନେରାଲ ଲି କ୍ବିଓମିଙ୍ଗଙ୍କ ହାତକୁ କ୍ଷମତା ଯାଇପାରେ ବୋଲି କୁହାଯାଇଛି।

ଏପରିକି ଚୀନ୍‌ରେ ସାମରିକ ବିଦ୍ରୋହ ଦେଖାଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ବୋଲି କୁହାଯାଇଛି। ଏହାକୁ କେତେକ ସ୍ତରରେ ଅସ୍ବାକାର କରାଯାଇଥିଲେ ହେଁ ଚୀନ ବୈଦେଶିକ ମନ୍ତ୍ରାଳୟ କିମ୍ବା ସରକାରୀ ଗଣମାଧ୍ୟମ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଅବସ୍ଥିତିକୁ ନେଇ ମୁହଁ ନ ଖୋଲିବା ସ୍ଥିତିକୁ ଅଧିକ ଜଟିଳ କରିଛି। ଗତକାଲି ଜିନପିଙ୍ଗଙ୍କ ସମ୍ପର୍କରେ ସୋସିଆଲମିଡିଆରେ ବିଭିନ୍ନ ଖବର ପ୍ରକାଶ ପାଇବାର ଇତିମଧ୍ୟରେ ୪୮ ଘଣ୍ଟା ବିତିଛି। ହେଲେ ତାଙ୍କର ପ୍ରକୃତ ଅବସ୍ଥିତିକୁ ନେଇ ଚୀନ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଜାରି କରାଯାଉ ନଥିବାରୁ ସେଠାରେ ସ୍ଥିତି ସ୍ବାଭାବିକ ନାହିଁ ବୋଲି ବିବେଚନା କରାଯାଉଛି।

 

About The Author: The Sakala