ରତନ ଟାଟା ପାଇଲେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଟାଟାଙ୍କୁ ଅଷ୍ଟ୍ରେଲିଆ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରିଛନ୍ତି। ଏହାସହିତ ଫାରେଲ୍ କହିଛନ୍ତି ଯେ, ରତନ ଟାଟାଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ […]

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଟାଟାଙ୍କୁ ଅଷ୍ଟ୍ରେଲିଆ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରିଛନ୍ତି।

ଏହାସହିତ ଫାରେଲ୍ କହିଛନ୍ତି ଯେ, ରତନ ଟାଟାଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆର ଜେନେରାଲ୍ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଶନିବାର ନିଜ ଟ୍ୱିଟର ଆକାଉଣ୍ଟରୁ ଏକ ଟୁଇଟ୍ କରି କହିଛନ୍ତି ଯେ ରତନ ଟାଟା କେବଳ ଭାରତର ଜଣେ ବରିଷ୍ଠ ଶିଳ୍ପପତି ନୁହଁନ୍ତି, ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ଅବଦାନର ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି।

ସେ ଲେଖିଛନ୍ତି, ଅଷ୍ଟ୍ରେଲିଆ-ଭାରତ ସମ୍ପର୍କ ପ୍ରତି ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ରତନ ଟାଟାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ (ଏଓ) ସମ୍ମାନ ପ୍ରଦାନ କରିବା ଅତ୍ୟନ୍ତ ଖୁସିର ବିଷୟ। ଫାରେଲ୍ ତାଙ୍କ ଟ୍ୱିଟରରେ ରତନ ଟାଟାଙ୍କୁ ସମ୍ମାନିତ କରୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଭାରତରେ ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ସେୟାର କରିଥିବା ଏହି ଫଟୋରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ମଧ୍ୟ ନଜର ଆସିଛନ୍ତି। ଟାଟା ଗ୍ରୁପକୁ ଶିଖରକୁ ନେଇଥିବା ରତନ ଟାଟା ଦେଶର ସଫଳ ଶିଳ୍ପପତିମାନଙ୍କ ମଧ୍ୟରୁ ଜଣେ।

About The Author: The Sakala