ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନେଇ ଘୋଷଣା କରିଛନ୍ତି। ଦିବଂଗତ ଶିଳ୍ପପତିଙ୍କ ସମ୍ମାନାର୍ଥେ ଗୁରୁବାର ଶୋକ ଦିବସ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରିଛନ୍ତି ଯେ, ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ। ଗୁରୁବାର ପାଇଁ ଧାର୍ଯ୍ୟ ହୋଇଥିବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ବାତିଲ କରାଯାଇଛି। ରତନ ଟାଟାଙ୍କ ବିୟୋଗରେ ସାରା ଦେଶ […]

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନେଇ ଘୋଷଣା କରିଛନ୍ତି। ଦିବଂଗତ ଶିଳ୍ପପତିଙ୍କ ସମ୍ମାନାର୍ଥେ ଗୁରୁବାର ଶୋକ ଦିବସ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରିଛନ୍ତି ଯେ, ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ। ଗୁରୁବାର ପାଇଁ ଧାର୍ଯ୍ୟ ହୋଇଥିବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ବାତିଲ କରାଯାଇଛି।

ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଶୋକାଭିଭୂତ ହୋଇଛି। ସାଧାରଣ ଜନତା ମଧ୍ୟ ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିପାରିବେ। ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଏନସିପିଏ ଗ୍ରାଉଣ୍ଡରେ ରଖାଯାଇଛି। ତ୍ରିରଙ୍ଗାରେ ଆବୃତ ରତନ ଟାଟାଙ୍କ ପାର୍ଥିବ ଶରୀରକୁ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିପାରିବେ। ଅପରାହ୍ନ ୪ଟାରେ ମୁମ୍ବାଇର ଓ୍ବର୍ଲିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବ।

About The Author: The Sakala