ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି। ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ,ଗେହଲୋଟ୍‌ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍‌ ରହିଛି। ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ, କୋଭିଡରୁ ସୁସ୍ଥ ହେବା […]

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି।

ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ,ଗେହଲୋଟ୍‌ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍‌ ରହିଛି।

ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ, କୋଭିଡରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। “ଗତକାଲି ଠାରୁ ମୋର ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଆଞ୍ଜିଓପ୍ଲାଷ୍ଟି ହୋଇସାରିଛି। ମୁଁ ସୁସ୍ଥ ଅଛି ଏବଂ ଶୀଘ୍ର ଫେରି ଆସିବି। ତୁମର ଆଶୀର୍ବାଦ ଏବଂ ଶୁଭେଚ୍ଛା ମୋ ସହ ଅଛି ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

 

About The Author: The Sakala