ବଜେଟ ଉପସ୍ଥାପନବେଳେ ଭୁଲରେ ପୂର୍ବ ବର୍ଷର ଭାଷଣ ପଢିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଜୟପୁର: ରାଜସ୍ଥାନରେ ରାଜ୍ୟ ବଜେଟ୍‌ ଉପସ୍ଥାପନ ବେଳେ ଗତ ବର୍ଷର ଭାଷଣ ପଢିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ଜାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କ ବଜେଟ୍‌ ଭାଷଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ ତାଙ୍କ ପାଖରେ ବସିଥିବା କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟାକାଇ ଦେଇଥିଲେ। ଫ‌ଳରେ ଗେହଲଟ୍‌ ଚୁପ୍‌ ହୋଇଯାଇ ‘କ୍ଷମା କରିବେ’ ବୋଲି କହିଥିଲେ। […]

ଜୟପୁର: ରାଜସ୍ଥାନରେ ରାଜ୍ୟ ବଜେଟ୍‌ ଉପସ୍ଥାପନ ବେଳେ ଗତ ବର୍ଷର ଭାଷଣ ପଢିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ଜାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କ ବଜେଟ୍‌ ଭାଷଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ ତାଙ୍କ ପାଖରେ ବସିଥିବା କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟାକାଇ ଦେଇଥିଲେ। ଫ‌ଳରେ ଗେହଲଟ୍‌ ଚୁପ୍‌ ହୋଇଯାଇ ‘କ୍ଷମା କରିବେ’ ବୋଲି କହିଥିଲେ। ମାତ୍ର ଏହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।


ଏହି କଥାକୁ ନେଇ ବିରୋଧୀ ଦଳୀୟ ନେତାମାନେ ଗଣ୍ଡଗୋଳ ଉପୁଜାଇବା ହେତୁ ବିଧାନସଭା ପ୍ରକ୍ରିୟାକୁ ୩୦ ମିନିଟ୍‌ ପାଇଁ ସ୍ଥଗିତ ରଖିଥିଲେ ବାଚସ୍ପତି ସିପି ଯୋଶୀ ।

About The Author: The Sakala