ଚିନ୍ତା ବଢାଇଲା ଖଲିସ୍ତାନ ସମର୍ଥକ ଅମୃତପାଲ, ୧୪ ଯାଏ ପଞ୍ଜାବ ପୁଲିସର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍

ପଞ୍ଜାବ: ପଞ୍ଜାବ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ। ଏବେ ପୁଣି ଏକ ନୂଆ ସମସ୍ୟା ଛିଡ଼ା କରିଛି । ସୂଚନା ଅନୁସାରେ, ଅମୃତପାଲ ଆସନ୍ତା ୧୪ ତାରିଖରେ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏଥିସହ ଏପ୍ରିଲ ୧୪ ପର୍ଯ୍ଯନ୍ତ ପଞ୍ଜାବ ପୁଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। କେବଳ ସେତିକି ନୁହେଁ […]

ପଞ୍ଜାବ: ପଞ୍ଜାବ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ। ଏବେ ପୁଣି ଏକ ନୂଆ ସମସ୍ୟା ଛିଡ଼ା କରିଛି ।

ସୂଚନା ଅନୁସାରେ, ଅମୃତପାଲ ଆସନ୍ତା ୧୪ ତାରିଖରେ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏଥିସହ ଏପ୍ରିଲ ୧୪ ପର୍ଯ୍ଯନ୍ତ ପଞ୍ଜାବ ପୁଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। କେବଳ ସେତିକି ନୁହେଁ ଆସନ୍ତା ୧୪ ପର୍ଯ୍ଯନ୍ତ କୌଣସି ଛୁଟି ଆବେଦନ ନ‌ କରିବାକୁ ଓ ପୂର୍ବରୁ ଅନୁମୋଦିତ ସବୁ ପ୍ରକାର ଛୁଟି ମଧ୍ୟ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କହିଛି ଯେ, କେବଳ ଅକଲ ତଖତ ମୁଖିଆ ହିଁ “ସରବତ୍ ଖାଲସା” ବୈଠକ ଡାକିପାରିବେ । ଏପରି ବୈଠକ ଡାକିବାକୁ ଅନ୍ୟ କାହାର ବି ଅଧିକାର ନାହିଁ ।

About The Author: The Sakala