ଆନ୍ଦୋଳନ କରୁଥିବା କୃଷକ, କୃଷକ ନୁହନ୍ତି ଜଣେ ଜଣେ ଗୁଣ୍ଡା- ମୀନାକ୍ଷୀ ଲେଖି

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍‌କୁ ବିରୋଧ କରି ଆଜି ଯନ୍ତରମନ୍ତରରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଛି। ଶହ ଶହ ସଂଖ୍ୟାରେ ଚାଷୀ ବସ୍‌ଯୋଗେ ଆସି ଯନ୍ତରମନ୍ତରରେ ଠୁଳ ହେଉଛନ୍ତି। ସେପଟେ କୃଷକଙ୍କୁ ନେଇ ବିବାଦୀୟ ବୟାନ୍ ଦେଇଛନ୍ତି ବିଦେଶ ରାଜ୍ୟ ମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଆନ୍ଦୋଳନରତ କୃଷକଙ୍କୁ ମୱାଲି(ଖଳପ୍ରକୃତି) ବୋଲି କହିଛନ୍ତି ମୀନାକ୍ଷୀ ଲେଖି। ଜାନୁଆରୀ ୨୬ ରେ ଲାଲ୍ କିଲ୍ଲାରେ ହୋଇଥିବା ହିଂସାର ଉଦାହରଣ ଦେଇ ସେ କହିଛନ୍ତି ଆନ୍ଦୋଳନ […]

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍‌କୁ ବିରୋଧ କରି ଆଜି ଯନ୍ତରମନ୍ତରରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଛି। ଶହ ଶହ ସଂଖ୍ୟାରେ ଚାଷୀ ବସ୍‌ଯୋଗେ ଆସି ଯନ୍ତରମନ୍ତରରେ ଠୁଳ ହେଉଛନ୍ତି। ସେପଟେ କୃଷକଙ୍କୁ ନେଇ ବିବାଦୀୟ ବୟାନ୍ ଦେଇଛନ୍ତି ବିଦେଶ ରାଜ୍ୟ ମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଆନ୍ଦୋଳନରତ କୃଷକଙ୍କୁ ମୱାଲି(ଖଳପ୍ରକୃତି) ବୋଲି କହିଛନ୍ତି ମୀନାକ୍ଷୀ ଲେଖି। ଜାନୁଆରୀ ୨୬ ରେ ଲାଲ୍ କିଲ୍ଲାରେ ହୋଇଥିବା ହିଂସାର ଉଦାହରଣ ଦେଇ ସେ କହିଛନ୍ତି ଆନ୍ଦୋଳନ କରୁଥିବା ଲୋକମାନେ କୃଷକ ନୁହଁନ୍ତି। ସେମାନଙ୍କର ରାଜନୈତିକ ଚାଲ୍ ରହିଛି।

ଏପରିକି ବିଦେଶ ରାଜ୍ୟ ମନ୍ତ୍ରୀ ମୀନାକ୍ଷି ଲେଖି କୃଷକ ମାନଙ୍କୁ ଗୁଣ୍ଡା କହିବାକୁ ମଧ୍ୟ ପଛାଇ ନାହାଁନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ମୀନାକ୍ଷି କହିଛନ୍ତି ଯେ, କୃଷକ ମାନେ ଗୁଣ୍ଡା, ଆଉ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ କୃଷକ ନୁହଁନ୍ତି । କୃଷକ ଆନ୍ଦୋଳନ ଆଢୁଆଳରେ ପଲିଟିକ୍ସ କରାଯାଉଛି ।

ଏହି ଅବସରରେ ସେ ପେଗାସସ୍ ମାମଲାକୁ ନେଇ ବିରୋଧିଙ୍କ ଉପରେ ମଧ୍ୟ ଜୋରଦାର ବର୍ଷିଛନ୍ତି । ଏହା ମାଧ୍ୟମରେ ଏକ ମିଛ କାହାଣୀ ଲେଖାଯାଉଛି । ୟେଲୋ ପେଜରେ ଏକ ଲିଷ୍ଟ ବନାଯାଇଛି ଏବଂ ଏହା ଦ୍ୱାରା ସଂସଦକୁ ଚଳାଇ ଦିଆଯାଉନାହିଁ । ପୂର୍ବରୁ ଏମନେଷ୍ଟି ଓ ଏନଏସଓ ନିଜ ପକ୍ଷ ରଖିଛନ୍ତି । ତଥାପି ଭାରତକୁ ବଦନାମ୍ କରିବାରେ ଲାଗିପଡିଛନ୍ତି । କେବଳ ଏତିକି ନୁହେଁ ଲୋକତନ୍ତ୍ରର ସମସ୍ତ ସ୍ତମ୍ଭକୁ ମଧ୍ୟ ବରବାଦ୍ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

About The Author: The Sakala