ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ :  ଆଜିଠୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋରୋନା କାଳରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ । ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ । ଶୁକ୍ରବାର ୭ଟା ୪୫ରେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଢାକା ଅଭିମୁଖେ ଯାତ୍ରା କରିଛନ୍ତି ମୋଦୀ। ସକାଳ ୧୦ଟାରେ ଢାକାରେ ପହଞ୍ଚି ୧୦ଟା ୪୫ ମିନିଟରେ ଜାତୀୟ ସହିଦ ସ୍ମାରକୀ କାର୍ଯ୍ୟକ୍ରମରେ […]

ନୂଆଦିଲ୍ଲୀ :  ଆଜିଠୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋରୋନା କାଳରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ । ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ । ଶୁକ୍ରବାର ୭ଟା ୪୫ରେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଢାକା ଅଭିମୁଖେ ଯାତ୍ରା କରିଛନ୍ତି ମୋଦୀ। ସକାଳ ୧୦ଟାରେ ଢାକାରେ ପହଞ୍ଚି ୧୦ଟା ୪୫ ମିନିଟରେ ଜାତୀୟ ସହିଦ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମେୀଦି ।

ଏହା ପରେ ୩ଟା ୪୫ରେ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସେ ସଂନ୍ଧ୍ୟା ୭ଟା ୪୫ରେ ବାପୁ ବଙ୍ଗବନ୍ଦୁ ଡିଜିଟାଲ ଭିଡିଓ ସମ୍ମିଳନୀକୁ ଉଦଘାଟନ କରିବେ । ଏହା ପରେ ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ସେଖ ହାସିନାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ।ବାଂଲାଦେଶ ସହିତ ଆମର ସହଭାଗୀତା ଆମର ପଡ଼ୋଶୀ ପ୍ରଥମ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ, ଏବଂ ଆମେ ଏହାକୁ ଆହୁରି ଗଭୀର ଏବଂ ବିବିଧ କରିବାକୁ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଆମେ ବାଂଲାଦେଶର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ସମର୍ଥନ କରିବା ଜାରି ରଖିବୁ ବୋଲି ଟ୍ବିଟ କରି କହିଛନ୍ତି ମୋଦୀ ।

ସେ ଆହୁରି କହିଛନ୍ତି, ମୁଁ ବାଂଲାଦେଶ ଗସ୍ତ କରି ବାଂଲାଦେଶ ଜାତିର ପିତା ଶେଖ ମୁଜିବୁର ରେହମାନଙ୍କ ଜୀବନ ଏବଂ ଆଦର୍ଶକୁ ମନେ ପକାଇବି । ଶେଖ ମୁଜିବୁର ରେହମାନ ଜଣେ ବରିଷ୍ଠ ନେତା । ତାଙ୍କ ନୀତି ଆଦର୍ଶ ସବୁବେଳେ ଅନେକଙ୍କୁ ଅନୁପ୍ରାଣିତ କରିଛି ।ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ କେବଳ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ନୁହେଁ ବରଂ ଭାରତ ଓ ବାଂଲାଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ କିପରି ସୃଦୁଢ ହେବ ସେ ନେଇ ମଧ୍ୟ ଆଲୋଚନା କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

About The Author: The Sakala