ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ସାହିତ୍ୟ କ୍ଷେତ୍ରର ସବୁଠାରୁ ବଡ଼ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସ୍କୃତ ବିଦ୍ବାନ ତଥା ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ସାହିତ୍ୟ କ୍ଷେତ୍ରକୁ ଯୋଗଦାନ ପାଇଁ ୨୦୨୩ ନିମନ୍ତେ ତାଙ୍କୁ ଏହି ସମ୍ମାନ ମିଳିଛି। ଜଗତଗୁରୁ ଏବଂ ଊର୍ଦୁ କବି ତଥା ଗୀତିକାର ଗୁଲଜାରଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ […]

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ସାହିତ୍ୟ କ୍ଷେତ୍ରର ସବୁଠାରୁ ବଡ଼ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସ୍କୃତ ବିଦ୍ବାନ ତଥା ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ସାହିତ୍ୟ କ୍ଷେତ୍ରକୁ ଯୋଗଦାନ ପାଇଁ ୨୦୨୩ ନିମନ୍ତେ ତାଙ୍କୁ ଏହି ସମ୍ମାନ ମିଳିଛି। ଜଗତଗୁରୁ ଏବଂ ଊର୍ଦୁ କବି ତଥା ଗୀତିକାର ଗୁଲଜାରଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ କୌଣସି କାରଣ ପାଇଁ ଗୁଲଜାର ଏହି ପୁରସ୍କାର ଗ୍ରହଣ କରିବାକୁ ଉପସ୍ଥିତ ହୋଇପାରି ନ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦୁଇ ସାହିତ୍ୟିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଳା, ସାହିତ୍ୟ, ସମାଜ ଏବଂ ଦେଶ ପାଇଁ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି। ସାହିତ୍ୟ ସମାଜକୁ ଜାଗତ୍ର ଏବଂ ଏକତ୍ରିତ କରେ। ୧୯ଶ ଶତାଦ୍ଦୀର ସାମାଜିକ ଜାଗରଣଠାରୁ ନେଇ ସ୍ବାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଲେଖକ ଏବଂ ସାହିତ୍ୟକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବଙ୍କିମ ଚନ୍ଦ୍ର ଚଟୋପଧ୍ୟାୟଙ୍କ ଦ୍ବାରା ଲିଖିତ ‘ବନ୍ଦେ ମାତରମ’ ୧୫୦ ବର୍ଷ ହେଲା ଭାରତ ମାତାର ସନ୍ତାନଙ୍କୁ ଜାଗ୍ରତ କରି ଆସୁଛି ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି। ପୁରସ୍କାରକୁ ନେଇ ଚିତ୍ରକୂଟ ସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା ଜଗତ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଖୁସିପ୍ରକଟ କରିଛନ୍ତି। ତାଙ୍କ ସାହିତ୍ୟକୁ ସମ୍ମାନିତ କରାଗଲା ବୋଲି କହିଛନ୍ତି। ଜନ୍ମରୁ ଦୁଇ ବର୍ଷ ପରେ ଦୃଷ୍ଟିଶକ୍ତି ହରାଇଥିବା ବେଦ, ଶାସ୍ତ୍ର, ଉପନିଷେଦ ଜ୍ଞାତା ରମଭଦ୍ରାଚାର୍ଯ୍ୟ ୨୨ ଭାଷା କହିପାରୁଛନ୍ତି। କୌଣସି ଔପଚାରିକ ଶିକ୍ଷା ପାଇ ନ ଥିବା ସତ୍ତ୍ବେ ସେ ଅନେକ ପୁସ୍ତକ ରଚନା କରିଛନ୍ତି।

About The Author: The Sakala