ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି। ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍ସିଆଲ୍ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ “ସ୍ତବ୍ଧ ଏବଂ ଦୁଃଖିତ” ବୋଲି କହିଛନ୍ତି। ପରେ ମୋଦୀ ମଧ୍ୟ ଘଟଣାସ୍ଥଳ ବୁଲିକି ଦେଖିଛନ୍ତି। ମୋଦୀ ପ୍ରଥମେ ଘଟଣାସ୍ଥଳ ବୁଲି ଦେଖିବା ପରେ ଅହମ୍ମଦାବାଦ୍ ହସ୍ପିଟାଲ୍ ଯାଇ ଆହତମାନଙ୍କୁ ଭେଟିଛନ୍ତି।ଏୟାରଲାଇନ୍ସ, ଏକ୍ସରେ ଏକ ପୋଷ୍ଟରେ ନିଶ୍ଚିତ କରିଛି ଯେ ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରୁ କେବଳ ଜଣେ ଚମତ୍କାର ଭାବରେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।
ବିମାନ ଦୁର୍ଘଟଣା; ଘଟଣାସ୍ଥଳ ବୁଲି ଦେଖିଲେ, ହସ୍ପିଟାଲ୍ ଯାଇ ଆହତଙ୍କୁ ଭେଟିଲେ ମୋଦୀ….
ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ୧୭୧ ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏଥିରେ ଅନେକ ଲୋକ ଆହତ ବି ହୋଇଛନ୍ତି। ବିମାନଟି ଅହମ୍ମଦାବାଦର ଏକ ରେସିଡେନ୍ସିଆଲ୍ ଡାକ୍ତରୀ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାପରେ ବଡ଼ ଧରଣର କ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ “ସ୍ତବ୍ଧ ଏବଂ ଦୁଃଖିତ” ବୋଲି […]