ଜି-୨୦ ସମ୍ମିଳନୀ: ‘ଭାରତ ମଣ୍ଡପମ’ରେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ, ପୃଷ୍ଠଭୂମିରେ ଶୋଭା ପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର

ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ବଡ଼ କଥା ହେଉଛି କି, ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯାହାକି ବେଶ ସୁନ୍ଦର ଦିଶିବା ସହ […]

ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ବଡ଼ କଥା ହେଉଛି କି, ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି । କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ଅଜିତ ଡୋଭାଲ୍‌।

ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀ ସମଗ୍ର ବିଶ୍ୱରେ ଏକ ଶକ୍ତି ଭାବେ ଭାରତର ମାନ୍ୟତା ବୃଦ୍ଧି କରିଛି। ପ୍ରଥମ ଥର ଭାରତରେ ହେଉଥିବା ଜି -୨୦ ସମ୍ମିଳନୀର ଏଥର ଶୀର୍ଷକ ରଖାଯାଇଛି ‘ବସୁଧୈବ କୁଟୁମ୍ବକମ୍’ । ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।

ସଭାର ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩:୪୫ ରୁ ୪:୪୫ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜି-୨୦ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଏକ ନୈଶଭୋଜିର ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସହ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବେ।

About The Author: The Sakala