ବିଶ୍ବର ସବୁଠୁ ଲମ୍ବା ବାଇ ଲେନ୍ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି। ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ […]

ନୂଆଦିଲ୍ଲୀ: ଉଦଘାଟନ ହେଲା ବିଶ୍ୱର ସବୁଠୁ ଲମ୍ବା ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ ‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି।

ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ। ଏହି ଟନେଲ ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବୁଷ୍ଟର ଭଳି କାମ ଦେବ। ଏଥିସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ବେଶ ସହାୟକ ହେବ। ପ୍ରତିଦିନ ୩ ହଜାର କାର୍‌, ୨ ହଜାର ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ। ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗାଡ଼ି ଯିବା ଆସିବା କରିପାରିବ।

About The Author: The Sakala