ନୂଆଦିଲ୍ଲୀ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍। ପହଲଗାମ୍ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି ।
ସେନା ପକ୍ଷରୁ ଘାଟିରେ ଆକ୍ଟିଭ ଥିବା ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି । ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି । ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି ।