ମୁମ୍ବଇ : ଭାରତରେ ଦିନକୁ ଦିନ ଦୁଷ୍କର୍ମ ଏବଂ ମହିଳା ବିରୋଧୀ ହିଂସା ମାମଲା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ମୁମ୍ବଇର ଏକ କୋର୍ଟ ଯୌନ ଉତ୍ପୀଡ଼ନ ମାମଲାରେ ଜଣେ ଅଭିଯୁକ୍ତକୁ ଉଦାହରଣ ସୃଷ୍ଟି କରିବା ଭଳି ଦଣ୍ଡ ଦେଇଛନ୍ତି। ଜଣେ ନାବାଳିକାକୁ ‘ଆଇଟମ୍’ କହିବାକୁ ନେଇ ଅଭିଯୁକ୍ତ ଅବ୍ରାର ଖାନ୍କୁ ଦେଢ଼ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବଇର ଡିଣ୍ଡୋସି ସେସନ କୋର୍ଟ। ଏହା ସହିତ କୋର୍ଟ ୫୦୦ ଟଙ୍କା ଜରିମାନା ଲଗାଇଛନ୍ତି। ଗତ ୨୦ ତାରିଖରେ ୭ ବର୍ଷ ତଳର ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ କୌଣସି ଯୁବତୀଙ୍କୁ ‘ଆଇଟମ୍’ ଶଦ୍ଦ ବ୍ୟବହାର କରି ସମ୍ବୋଧନ କରିବାକୁ ଯୌନ ଉତ୍ପୀଡନ ଧରାଯିବ। ଏହାର ଆଉ ଅନ୍ୟ କୌଣସି ଅର୍ଥ ନାହିଁ। ଏଭଳି ଶଦ୍ଦ କେବଳ ଯୌନ ଉତ୍ପୀଡ଼ନ ପାଇଁ ହିଁ ବ୍ୟବହାର କରାଯାଇଥାଏ। ସାଧାରଣତଃ ଯୁବତୀଙ୍କୁ ଅପମାନିତ କରିବା ପାଇଁ ଯୁବକ ଏଭଳି ଶଦ୍ଦ ବ୍ୟବହାର କରିଥାନ୍ତି। କାରଣ ଏହା ଯୌନ ଉତ୍ପଡୀନକୁ ସୂଚାଉଛି।
ଯୁବତୀଙ୍କୁ ‘ଆଇଟମ୍’ କହିବାରୁ ଦେଢ଼ ବର୍ଷ ଜେଲ୍ ଦଣ୍ଡ
ମୁମ୍ବଇ : ଭାରତରେ ଦିନକୁ ଦିନ ଦୁଷ୍କର୍ମ ଏବଂ ମହିଳା ବିରୋଧୀ ହିଂସା ମାମଲା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ମୁମ୍ବଇର ଏକ କୋର୍ଟ ଯୌନ ଉତ୍ପୀଡ଼ନ ମାମଲାରେ ଜଣେ ଅଭିଯୁକ୍ତକୁ ଉଦାହରଣ ସୃଷ୍ଟି କରିବା ଭଳି ଦଣ୍ଡ ଦେଇଛନ୍ତି। ଜଣେ ନାବାଳିକାକୁ ‘ଆଇଟମ୍’ କହିବାକୁ ନେଇ ଅଭିଯୁକ୍ତ ଅବ୍ରାର ଖାନ୍କୁ ଦେଢ଼ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବଇର ଡିଣ୍ଡୋସି ସେସନ କୋର୍ଟ। ଏହା ସହିତ କୋର୍ଟ ୫୦୦ ଟଙ୍କା ଜରିମାନା ଲଗାଇଛନ୍ତି। ଗତ […]