ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣର ସଫଳ ପରୀକ୍ଷଣ

ରାଜସ୍ଥାନ: ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି। ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା ।ପରେ ଲଢୁଆ ଯୁଦ୍ଧ ବିମାନ ସୁଖୋଇର SU-30MK । ପ୍ରଥମ ଥର ପାଇଁ ଲଢୁଆ ଯୁଦ୍ଧ ବିମାନ ରାଜପଥରେ ଅବତରଣ କରିଛି । #WATCH | C-130J Super Hercules transport […]

ରାଜସ୍ଥାନ: ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି। ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା ।ପରେ ଲଢୁଆ ଯୁଦ୍ଧ ବିମାନ ସୁଖୋଇର SU-30MK । ପ୍ରଥମ ଥର ପାଇଁ ଲଢୁଆ ଯୁଦ୍ଧ ବିମାନ ରାଜପଥରେ ଅବତରଣ କରିଛି ।

ଏନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଜକରି, ସିଡିଏସ୍ ବିପିନ ରାୱତ ଓ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ ଉପସ୍ଥିତ ଥିଲେ । ପାକିସ୍ତାନ ସୀମା ପାଖରେ ବିଶେଷ ଏୟାରଷ୍ଟ୍ରିପ୍ ପ୍ରସ୍ତୁତ କରାଯାଇଛି । ଏଠାରେ ବାୟୁସେନାର ଜାଗୁଆର ଓ ସୁଖୋଇ ଯୁଦ୍ଧ ବିମାନ ଆରାମରେ ଅବକରଣ କରିପାରିବ । ଏହି ଏୟାରଷ୍ଟ୍ରିପ୍ ଭାରତ-ପାକିସ୍ତାନ ସୀମାନ୍ତରେ ଅଛି । ପାକିସ୍ତାନ ସୀମାଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି । ଭବିଷ୍ୟତରେ ସାମରିକ ପରିସ୍ଥିତିରେ ଏହାର ବିଶେଷ ଭୂମିକା ରହିବ । ଏଠାରେ ପାଖାପାଖି ୪ଟି ଏୟାରକ୍ରାଫ୍ଟକୁ ପାର୍କ କରିବା ସୁବିଧା ବି ଅଛି।

About The Author: The Sakala