ଇସ୍ରାଏଲ- ହାମାସ ଯୁଦ୍ଧ: ୩୭ ଦିନ ପରେ ଭଙ୍ଗା ଘର ଭିତରୁ ଜୀବନ୍ତ ଶିଶୁ ଉଦ୍ଧାର

ଗାଜା: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ୩୭ ଦିନ ପରେ ଭଙ୍ଗା ଘର ଭିତରୁ ଏକ ଶିଶୁ ଜୀବନ୍ତ ଅବସ୍ଥାରେ ମିଳିଛି । ଏହାପରେ ଏହି ଶିଶୁର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 📌nooh.xp:Born in war, she's less than a month old, the firstborn to her mother and father, both martyrs. She was reborn when […]

ଗାଜା: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ୩୭ ଦିନ ପରେ ଭଙ୍ଗା ଘର ଭିତରୁ ଏକ ଶିଶୁ ଜୀବନ୍ତ ଅବସ୍ଥାରେ ମିଳିଛି । ଏହାପରେ ଏହି ଶିଶୁର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ରିପୋର୍ଟ ଅନୁଯାୟୀ, ଧ୍ୱଂସାବିଶେଷ ତଳେ ଜୀବନ୍ତ ଥିବା ନବଜାତ ଶିଶୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜନ୍ମ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଇସ୍ରାଏଲ୍ ଗାଜା ପଟ୍ଟି ଉପରେ ବୋମା ପକାଇବା ଆରମ୍ଭ କଲା । ଯେଉଁଥିରେ ଅନେକ ଘର ନଷ୍ଟ ହୋଇଯାଇଥିଲା। ସବୁ ସ୍ଥାନରେ ମୃତଦେହ ଗଦା ହୋଇ ରହିଥିଲା । ଅଧିକାଂଶ ସହର ଧ୍ୱଂସାବଶେଷରେ ପରିଣତ ହୋଇଥିଲା । ଏହି ନିରୀହ ଶିଶୁ ଟିର ମଧ୍ୟ ସେହି ନଷ୍ଟ ହୋଇଥିବା ଘରଗୁଡ଼ିକ ମଧ୍ୟରେ ଗୋଟିଏ ଘର ଥିଲା ।

ଇସ୍ରାଏଲ୍ ବିସ୍ଫୋରଣରେ ଏହି ନିରୀହ ଶିଶୁର ଘର ନଷ୍ଟ ହୋଇଯାଇଥିଲା କିନ୍ତୁ ଏହି ଶିଶୁ ଟି ର ଜୀବନ ରହିଯାଇଛି । ସେହି ଘର ର ଧ୍ବଂସାବଶେଷ ତଳେ ପୋତି ହୋଇଯିବା ସତ୍ତ୍ବେ ଏହି ଶିଶୁଟି ୩୭ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଛି । ନାଗରିକ ସୁରକ୍ଷା ସଦସ୍ୟ ତଥା ଜଣେ ସ୍ଥାନୀୟ ଫଟୋଗ୍ରାଫର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ନିରୀହ ଶିଶୁର କାହାଣୀ କହିଥିବା ଏକ ଭିଡିଓ ସେୟାର କରିଛନ୍ତି । ତେବେ ଉଦ୍ଧାର ହୋଇଥିବା ଏହି ନବଜାତ ଶିଶୁର ପରିବାର ସଦସ୍ୟଙ୍କ ବିଷୟରେ କିଛି ଜଣାପଡିନାହିଁ ।

About The Author: The Sakala