ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଦୀର୍ଘ ଦିନ ଧରି ଫେରାରଥିବା ହୋଟେଲ ବ୍ଯବସାୟୀ କୁନାଲ ଜାନୀକୁ ଗିରଫ କଲା ଏନସିବି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୁରୁବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)  ମୁମ୍ବାଇର ଖର ଅଞ୍ଚଳରୁ ହୋଟେଲ ବ୍ଯବସାୟୀ କୁନାଲ ଜାନୀଙ୍କୁ ଗିରଫ କରିଛି। ସେ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଦୀର୍ଘ ସମୟ ଧରି ଫେରାରଥିଲେ। Drugs cases related to the death of actor Sushant Singh Rajput | Narcotics Control Bureau (NCB) arrested hotelier Kunal Jani (in file pic) […]

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୁରୁବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)  ମୁମ୍ବାଇର ଖର ଅଞ୍ଚଳରୁ ହୋଟେଲ ବ୍ଯବସାୟୀ କୁନାଲ ଜାନୀଙ୍କୁ ଗିରଫ କରିଛି। ସେ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଦୀର୍ଘ ସମୟ ଧରି ଫେରାରଥିଲେ।


ବର୍ତ୍ତମାନ, ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏନସିବି ନିରନ୍ତର ତଦନ୍ତ ଜାରି ରଖିଛି। ଏହି ମାମଲାରେ ଆହୁରି ଅନେକଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ପିଠାନି ରାଜପୁତର ଜଣେ ବନ୍ଧୁ ଥିଲେ।

ସୁଶାନ୍ତଙ୍କ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ଦ୍ୱାରା ଅନେକ ବଲିଉଡ ତାରକାଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏଥିରେ ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲପ୍ରୀତ ସିଂଙ୍କ ପରି ଅନେକ ଅଭିନେତ୍ରୀଙ୍କ ନାମ ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ, ଜୁନ୍ ୧୪ ରେ ସୁଶାନ୍ତ ସିଂଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏହା ପରେ ମୁମ୍ବାଇ ପୁଲିସ ଏବଂ ପରେ ପାଟନା ପୁଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି। ଏଥି ସହିତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ସମେତ ଅନେକ ଲୋକ ଏହି ମାମଲାରେ ଡ୍ରଗ୍ସ  ଲିଙ୍କ ସାମ୍ନାକୁ ଆସିବା ପରେ ନାରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଦ୍ୱାରା ଗିରଫ କରାଯାଇଥିଲା।

About The Author: The Sakala