ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଶାହରୁଖ ଖାନଙ୍କ ଘରେ ଏନସିବି ରେଡ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ରାଡାର ଭିତରକୁ ଆସିଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଦିନ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚି ଯାଂଚ୍ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ପହଂଚିଛନ୍ତି। ଟିମରେ ମହିଳା ଅଧିକାରୀ ମଧ୍ୟ ସାମିଲ ଥିଲେ। ଏନସିବି ଦି’ପହର ଦୁଇଟାରେ ଅନନ୍ୟାଙ୍କୁ ଅଫିସକୁ ଆସିବାକୁ କହିଛି। […]

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ରାଡାର ଭିତରକୁ ଆସିଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଦିନ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚି ଯାଂଚ୍ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ପହଂଚିଛନ୍ତି। ଟିମରେ ମହିଳା ଅଧିକାରୀ ମଧ୍ୟ ସାମିଲ ଥିଲେ। ଏନସିବି ଦି’ପହର ଦୁଇଟାରେ ଅନନ୍ୟାଙ୍କୁ ଅଫିସକୁ ଆସିବାକୁ କହିଛି।

ଅନନ୍ୟାଙ୍କ ପରେ ଏନସିବିର ସେହି ଏକା ଟିମ୍ ଶାହରୁଖଙ୍କ ଘର ମନ୍ନତରେ ପହଂଚିଥିଲା। ମନ୍ନତ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ଯାହାକୁ ନେଇ ଏନସିବି ଟିମରେ ସାମିଲ ଥିବା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ନତ ଗେଟ୍ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ପରେ ଶାହରୁଖଙ୍କ ମ୍ୟାନେଜର ଟିମକୁ ଭିତରକୁ ନେଇଥିଲେ। ସୂଚନା ଅନୁସାରେ ଟିମ୍ ଆର୍ୟନ ଖାନଙ୍କ ରୁମର ତଲାସି ନେଇଛି। ଏନସିବି ଆର୍ୟନଙ୍କ ବିରୋଧରେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହ ସମ୍ପର୍କର ଅଭିଯୋଗ ଆଣିଛି। ଏମିତିରେ ଏନସିବି ଆର୍ୟନଙ୍କ ଘରୁ କିଛି ସୁରାକ ପାଇବ ବୋଲି ଆଶା ରଖିଛି।

About The Author: The Sakala