‘କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିଶନ ଦାୟୀ, ହତ୍ୟା ମାମଲା ଦାଏର ହେବା ଉଚିତ୍’ – ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା। କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ,  ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ନିର୍ବାଚନ କମିସନ ସେମାନଙ୍କୁ ନ ଅଟକାଇ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ଯ କରିଛନ୍ତି ।ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି […]

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା। କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ ।

କୋର୍ଟ କହିଛନ୍ତି ଯେ ,  ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ନିର୍ବାଚନ କମିସନ ସେମାନଙ୍କୁ ନ ଅଟକାଇ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ଯ କରିଛନ୍ତି ।ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ଏହି ପ୍ରତିଷ୍ଠାନ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ୍ ବୋଲି ଅଦାଲତ କହିଛନ୍ତି ।

ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍‌ ଆର୍‌ ବିଜୟଭାସ୍କର କରିଥିବା ଆବେଦନର ରାୟ ଶୁଣାଣୀରେ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି।

About The Author: The Sakala