ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟବକୁ ନେଇ ସଂସଦରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ନିଜର ଭାଷଣ ସମୟରେ ଏନଡିଏ ସାଂସଦଙ୍କ ଉପରକୁ ଇଶାରା କରି କହିଥିଲେ କି, ତୁମେ ହିନ୍ଦୁ ନୁହେଁ । ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ହିନ୍ଦୁ ସମାଜକୁ ହିଂସ୍ର କହି ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ଏହା ଅତି ଗମ୍ଭୀର ବିଷୟ । […]

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟବକୁ ନେଇ ସଂସଦରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ନିଜର ଭାଷଣ ସମୟରେ ଏନଡିଏ ସାଂସଦଙ୍କ ଉପରକୁ ଇଶାରା କରି କହିଥିଲେ କି, ତୁମେ ହିନ୍ଦୁ ନୁହେଁ । ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ହିନ୍ଦୁ ସମାଜକୁ ହିଂସ୍ର କହି ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ଏହା ଅତି ଗମ୍ଭୀର ବିଷୟ ।

ତେବେ ରାହୁଲ କହିଥିଲେ କି, ବିଜେପି ଏବଂ ନରେନ୍ଦ୍ର ମୋଦୀ ହିନ୍ଦୁ ସମାଜ ନୁହେଁ । ଏହାପରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଥିଲା । ସେପଟେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ନେଇ ବିରୋଧୀ ଦଳର ନେତାମାନେ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନିନ୍ଦା କରିଛନ୍ତି।  ଏପରି ବୟାନକୁ ହିନ୍ଦୁଙ୍କ ପ୍ରତି ଅପମାନ ଓ ଏଥିପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ସେ ଦାବି କରିଛନ୍ତି।

ସେପଟେ ରାହୁଲ କହିଛନ୍ତି କି, ଦିନେ ମୋଦୀଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଭାରତ କାହା ଉପରେ ଆକ୍ରମଣ କରିନାହିଁ। ଏହାର କାରଣ ହେଉଛି ଭାରତ ଅହିଂସା ଦେଶ, ଏହା ଭୟଭୀତ ନୁହେଁ। ଆମର ମହାନ ବ୍ୟକ୍ତିମାନେ ଏହି ବାର୍ତ୍ତା ଦେଇଛନ୍ତି – ଭୟ କର ନାହିଁ, ଭୟ କର ନାହିଁ । ଶିବଜୀ କୁହନ୍ତି- ଭୟ କର ନାହିଁ, ଭୟ କର ନାହିଁ  । ଅନ୍ୟପକ୍ଷରେ, ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା ଏବଂ ଘୃଣା କରନ୍ତି। ଏଣୁ ଆପଣ ଆଦୌ ହିନ୍ଦୁ ନୁହଁନ୍ତି । ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟକୁ ସମର୍ଥନ କରିବା ଉଚିତ୍।

About The Author: The Sakala