ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର ସ୍ଥିତ ଭଲ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦିଲ୍ଲୀରେ ସବୁଠୁ ଅଧିକ କରୋନା ଟେଷ୍ଟ ହେଉଛି। ଦିଲ୍ଲୀରେ ଦୈନିକ ୧ଲକ୍ଷ କରୋନା ଟେଷ୍ଟ କରାଯାଉଛି। ଦିଲ୍ଲୀରେ ୨କେଟି ଲୋକ ରହୁଛନ୍ତି ଆମ ଦିଲ୍ଲୀ ହେଉଛ ଗୋଟିଏ ପରିବାର। ସଂକ୍ରମିତଙ୍କ ସଂଖ୍ଯା ବଢିଯାଇଛି, ରୋଗୀଙ୍କୁ ବେଡ ମିଳୁନି ସ୍ଥିତ ଆଣାୟତ୍ତ ହୋଇପଡ଼ିଛି ବୋଲି କେଜ୍ରିୱାଲ କହିଛନ୍ତି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହି ଚେନରେ ବ୍ରେକ ଲଗାଇବା ପାଇଁ ଦିଲ୍ଲୀ ସରକାର ଲକଡାଉନ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ୧୦ରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନ ବଳବତର ରହିବ। ଲକଡାଉନ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି। ଲକଡାଉନରେ ଦିଲ୍ଲୀବାସୀ ବାହାରକୁ ଯାଆନ୍ତୁ ନାହିଁ। ତାଙ୍କ ଉପରେ ବିଶ୍ବସ ରଖିବାକୁ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସହରରେ ୧୦୦ ରୁ କମ ଆଇସିୟୁ ବେଡ଼ ଅଛି। ରବିବାର ଦିନ ସେ କହିଥିଲେ ଯେ ସହରରେ ଆଗାମୀ ଦୁଇ ଦିନରେ ୧୪୦୦ ରୁ ୪ ହଜାର ବେଡ୍ ପ୍ରସ୍ତୁତ ହୋଇଯିବ। ଯମୁନା କ୍ରୀଡା ସ୍ଥଳ ଓ ରାଷ୍ଟ୍ରମଣ୍ଡଳ ଖେଳଗାଓଁ ଗସ୍ତ କରି ସେଠାରେ କୋଭିଡ କେୟାର୍ ସେଣ୍ଟର୍ ପ୍ରସ୍ତୁତ କରିବାକୁ ସମୀକ୍ଷା କରିଥିଲେ।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସଂକ୍ରମଣରେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଦିନେ ପୂର୍ବରୁ ୨୪ ହଜାର ୩୭୫ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୧୬୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୩ ହଜାର ୪୬୦ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୧୨ ହଜାର ୧୨୧ରେ ପହଞ୍ଚିଛି।