କରୋନା ଟିକା ପାଇଁ ସ୍ୱତନ୍ତ୍ର ବର୍ଗୀକରଣ କାହିଁକି- ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କୋଭିଡ-୧୯  ଟୀକାକରଣକୁ ନେଇ ଗୁରୁବାର କଡା ମନ୍ତବ୍ୟ ଦେଇଛନ୍ତି। ଟିକା ପାଇବା ପାଇଁ ଏକ ସ୍ୱତନ୍ତ୍ର ବର୍ଗୀକରଣ କାହିଁକି କରାଯାଇଛି। ଅନ୍ୟ ଦେଶକୁ ବିକ୍ରି ହେଉଛି, ଅଥଚ ଆମ ନିଜ ଲୋକଙ୍କୁ ଟିକା ଦେଇ ପାରୁନୁ ବୋଲି କୋର୍ଟ କହିଛନ୍ତି। କରୋନା ଟିକା ଉତ୍ପାଦନ କ୍ଷମତା ସମ୍ପର୍କରେ ସୂଚନା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ […]

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କୋଭିଡ-୧୯  ଟୀକାକରଣକୁ ନେଇ ଗୁରୁବାର କଡା ମନ୍ତବ୍ୟ ଦେଇଛନ୍ତି। ଟିକା ପାଇବା ପାଇଁ ଏକ ସ୍ୱତନ୍ତ୍ର ବର୍ଗୀକରଣ କାହିଁକି କରାଯାଇଛି। ଅନ୍ୟ ଦେଶକୁ ବିକ୍ରି ହେଉଛି, ଅଥଚ ଆମ ନିଜ ଲୋକଙ୍କୁ ଟିକା ଦେଇ ପାରୁନୁ ବୋଲି କୋର୍ଟ କହିଛନ୍ତି।

କରୋନା ଟିକା ଉତ୍ପାଦନ କ୍ଷମତା ସମ୍ପର୍କରେ ସୂଚନା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ଟିକା ଉତ୍ପାଦନ କରୁଥିବାବେଳେ ହାଇଦ୍ରାବାଦର ଭରତ ବାୟୋଟେକ୍ କୋଭାକ୍ସିନ ଉତ୍ପାଦନ କରୁଛି।

କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ଟିକାକରଣକୁ ଅନୁମୋଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଡାକ୍ତରୀ କର୍ମଚାରୀ ଏବଂ ଆଗଧାଡିର କର୍ମଚାରୀଙ୍କ ଟିକାକରଣ କରାଯାଇଥିଲା। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି। ଏଥିସହ ୪୫ ରୁ ୬୦ବର୍ଷ ବୟସର ଲୋକଙ୍କୁ ଏହି ଟିକା ଦିଆଯାଉଛି ଯେଉଁମାନଙ୍କର ପୂର୍ବରୁ ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି।

ଜଷ୍ଟିସ୍ ବିପିନ୍ ସାଙ୍ଘି ଏବଂ ରେଖା ପଲ୍ଲୀଙ୍କ ଏକ ବେଞ୍ଚ କହିଛନ୍ତି ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ପାଖରେ ଅଧିକ ଟିକା ଉତ୍ପାଦନ କରିବାର କ୍ଷମତା ରହିଛି, କିନ୍ତୁ ଏହା ଜଣାପଡୁଛି ଯେ, ସେମାନେ ସମ୍ପୂର୍ଣ୍ଣ ଭାବେ ନିଜ କ୍ଷମତା ବିନିଯୋଗ କରୁ ନାହାନ୍ତି । ବେଞ୍ଚ କହିଛନ୍ତି ଯେ ଆମେ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରୁନାହୁଁ। ଆମେ ଏହାକୁ ଅନ୍ୟ ଦେଶକୁ ଦାନ କରୁଛୁ କିମ୍ବା ବିକ୍ରୟ କରୁଛୁ କିନ୍ତୁ ଆମ ଲୋକଙ୍କୁ ଟିକା ଦେଉ ନାହୁଁ। ତେଣୁ ଏହି ପ୍ରସଙ୍ଗରେ ଦାୟିତ୍ବବୋଧ ଏବଂ ଜରୁରୀ ଆବଶ୍ୟକତାର ଭାବନା ରହିବା ଉଚିତ।

କୋର୍ଟ  ଉଭୟଙ୍କୁ ସେମାନଙ୍କର ଉତ୍ପାଦନ ଦକ୍ଷତା ଜଣାଇବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେମାନେ ମଧ୍ୟ ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିପାରିବେ କି ନାହିଁ ତାହା କହିବାକୁ ପଡ଼ିବ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଏକ ଆଫିଡେଭିଟ୍ ଦାଖଲ କରିବାକୁ ପଡିବ ଯେଉଁଥିରେ ଟୀକାକରଣର ପରିବହନ କ୍ଷମତା ବିଶେଷ କରି ଦିଲ୍ଲୀର ଜାତୀୟ ରାଜଧାନୀ ପରିସରରେ ପ୍ରକାଶ ପାଇବ। ବର୍ତ୍ତମାନ ଏହା କେତେ ପରିମାଣରେ ବ୍ୟବହୃତ ହେଉଛି ତାହା ମଧ୍ୟ କେନ୍ଦ୍ରକୁ କହିବାକୁ ପଡ଼ିବ। କୋର୍ଟ ପରିସରରେ ଉପଲବ୍ଧ ଚିକିତ୍ସା ସୁବିଧା ଏବଂ ଏହି ସୁବିଧାଗୁଡ଼ିକରେ କୋଭିଡ -୧୯ ଟୀକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିବ କି ନାହିଁ ତାହା ଯାଞ୍ଚ କରିବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

About The Author: The Sakala