ନଗ୍ନତା ଓ ଅଶ୍ଳୀଳତାକୁ ନେଇ କେରଳ ହାଇକୋର୍ଟଙ୍କ ରାୟ: ନଗ୍ନତା ଭିତରେ ବି ସୌନ୍ଦର୍ଯ୍ୟ ଉପଭୋଗ କରାଯାଇ ପାରିବ

କୋଚି: ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣ ପରିପ୍ରେକ୍ଷୀେର କେରଳ ହାଇକୋର୍ଟ ସୋମବାର ଭିନ୍ନ ମତ ଦେଇଛନ୍ତି। ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣକୁ ସବୁ ବେଳେ ଯୌନ କିମ୍ବା ଅଶ୍ଳୀଳ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ନଗ୍ନତା ମଧ୍ୟରେ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ରହିଛି। ଯାହାକି ଆମର ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ପୁରାତନ ମନ୍ଦିରରେ ରହିଥିବା ମୂର୍ତ୍ତିଗଡ଼ିକରେ ରହିଛି ବୋଲି ହାଇାକୋର୍ଟ କହିଛନ୍ତି। ଏଥିସହିତ ପୁରୁଷ ଏବଂ ମହିଳାଙ୍କ […]

କୋଚି: ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣ ପରିପ୍ରେକ୍ଷୀେର କେରଳ ହାଇକୋର୍ଟ ସୋମବାର ଭିନ୍ନ ମତ ଦେଇଛନ୍ତି। ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣକୁ ସବୁ ବେଳେ ଯୌନ କିମ୍ବା ଅଶ୍ଳୀଳ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ନଗ୍ନତା ମଧ୍ୟରେ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ରହିଛି। ଯାହାକି ଆମର ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ପୁରାତନ ମନ୍ଦିରରେ ରହିଥିବା ମୂର୍ତ୍ତିଗଡ଼ିକରେ ରହିଛି ବୋଲି ହାଇାକୋର୍ଟ କହିଛନ୍ତି। ଏଥିସହିତ ପୁରୁଷ ଏବଂ ମହିଳାଙ୍କ ଅର୍ଦ୍ଧ ନିଗ୍ନ ଶରୀରକୁ ନେଇ ସମାଜରେ ରହିଥିବା ମତଭେଦକୁ ମଧ୍ୟ ହାଇକୋର୍ଟ ଦର୍ଶାଇଛନ୍ତି। ଜଣେ ପୁରୁଷ ଅର୍ଦ୍ଧ ନିଗ୍ନ ପୋଷାକରେ ସ୍ବଚ୍ଛନ୍ଦରେ ବୁଲି ପାରୁଥିଲା ବେଳେ ଏହି ଅବସ୍ଥାରେ ଜଣେ ମହିଳାଙ୍କ ପାଇଁ ଅନେକ ସମସ୍ୟା ରହିଛି। କିନ୍ତୁ ନଗ୍ନତାକୁ ସବୁ ବେଳେ ଯୌନ ଦୃଷ୍ଟିରୁ ଦେଖିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ଜଣେ ମହିଳା ତାଙ୍କ ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେମାନଙ୍କ ଶରୀରର ଉପର ଭାଗର ନଗ୍ନ ଚିତ୍ରଣ ଭିଡିଓ ରେକର୍ଡିଂ କରିଥିଲା ବେଳେ ସଂପୃକ୍ତ ମହିଳାଙ୍କ ବିରୋଧରେ ‘ପକ୍ସୋ’ ଅଧିନରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ହାଇକୋର୍ଟ ସଂପୃକ୍ତ ମହିଳାଙ୍କୁ ଏହି ମାମଲାରୁ ମୁକ୍ତ କରିବା ସହିତ ଏହି ରାୟ ଦେଇଛନ୍ତି। ନାରୀ ଶରୀର ବିଷୟରେ ପୁରୁଷତାନ୍ତ୍ରିକ ଧାରଣା ଏବଂ ତାଙ୍କ ପିଲାମାନଙ୍କର ଯୌନଶିକ୍ଷାକୁ ଚ୍ୟାଲେଞ୍ଜ କରିବା ପାଇଁ ସେ ଏହି ଭିଡିଓ ତିଆରି କରିଛନ୍ତି ବୋଲି ମହିଳା ଜଣଙ୍କ ଦେଇଥିବା ସ୍ପଷ୍ଟୀକରଣକୁ ମଧ୍ୟ କୋର୍ଟ ଗ୍ରହଣ କରି ଏହି ଭିଡିଓକୁ ଅଶ୍ଳୀଳ ବୋଲି ବିବେଚନା କରାଯାଇ ପାରିବନି ବୋଲି କହିଛନ୍ତି। ମହିଳାଙ୍କ ଉପର ଭାଗର ଶରୀରର ନଗ୍ନତାକୁ କେବଳ ଯୌନ ଦୃଷ୍ଟିରୁ ବିବେଚନା କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

About The Author: The Sakala