ସିରିୟାରେ ଇସ୍ରାଏଲର ଆକ୍ରମଣ, ୫ ମୃତ; ପାଲେଷ୍ଟାଇନ ପୁରୁଷଙ୍କୁ ଡାଇପର ପିନ୍ଧାଉଛି ଇସ୍ରାଏଲ

ତେଲ୍‌ ଆଭିଭ: ଗାଜାରୁ ଗିରଫ କରିଥିବା ପୁରୁଷଙ୍କୁ ଇସ୍ରାଏଲ ସେନା (ଆଇଡିଏଫ) ଡାଇପର ପିନ୍ଧାଉଛି। ପାଲେଷ୍ଟିନୀୟଙ୍କୁ ନିଜ ଦୋଷ ନ ଜଣାଇ ଅଜ୍ଞାତ ସ୍ଥାନକୁ ନିଆଯାଉଛି। ସେଠାରେ ୩୦ରୁ ୫୫ ଦିନ ପର୍ଯ୍ୟନ୍ତ ରଖି ଅକଥନୀୟ ଅତ୍ୟାଚାର ଦିଆଯାଉଛି। ଜାତିସଂଘ ମାନବାଧିକାର କମିଶନ (ୟୁଏନ୍‌ଏଚଆରସି) ଅଧିକାରୀ ଅଜିତ ସୁଙ୍ଘାଏ ଏହି ସୂଚନା ଦେଇଛନ୍ତି। ସେହିପରି ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ୨୦ ହଜାର ଶିଶୁ ଜନ୍ମ ନେଲେଣି। ତେବେ ପ୍ରତି ଘଣ୍ଟାରେ […]

ତେଲ୍‌ ଆଭିଭ: ଗାଜାରୁ ଗିରଫ କରିଥିବା ପୁରୁଷଙ୍କୁ ଇସ୍ରାଏଲ ସେନା (ଆଇଡିଏଫ) ଡାଇପର ପିନ୍ଧାଉଛି। ପାଲେଷ୍ଟିନୀୟଙ୍କୁ ନିଜ ଦୋଷ ନ ଜଣାଇ ଅଜ୍ଞାତ ସ୍ଥାନକୁ ନିଆଯାଉଛି। ସେଠାରେ ୩୦ରୁ ୫୫ ଦିନ ପର୍ଯ୍ୟନ୍ତ ରଖି ଅକଥନୀୟ ଅତ୍ୟାଚାର ଦିଆଯାଉଛି। ଜାତିସଂଘ ମାନବାଧିକାର କମିଶନ (ୟୁଏନ୍‌ଏଚଆରସି) ଅଧିକାରୀ ଅଜିତ ସୁଙ୍ଘାଏ ଏହି ସୂଚନା ଦେଇଛନ୍ତି।

ସେହିପରି ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ୨୦ ହଜାର ଶିଶୁ ଜନ୍ମ ନେଲେଣି। ତେବେ ପ୍ରତି ଘଣ୍ଟାରେ ୨ ମାଆଙ୍କ ମୃତ୍ୟୁ ହେଉଛି। ଏବେ ଗାଜା ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି। ୟୁଏନ୍‌ ପ୍ରବକ୍ତା ଟେସ୍‌ ଇନ୍‌ଗ୍ରାମ ଏହି ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଲେବାନନ ଏବଂ ଗାଜାର ଆହତଙ୍କ ଚିକିତ୍ସା ଦେଶରେ ନ କରିବାକୁ ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ସିରିୟାର ରାଜଧାନୀ ଦମିସ୍କର ଏକ କୋଠାରେ ଇରାନ ସମର୍ଥକ ନେତାମାନେ ବୈଠକ କରୁଥିବା ସମୟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଇରାନ ସେନା ରିଭୋଲ୍ୟୁସନାରୀ ଗାର୍ଡର ୪ ଜଣ ପରାମର୍ଶଦାତା ଏବଂ ସିରିୟା ପାଇଁ ଇରାନର ମୁଖ୍ୟ ଗୁଇନ୍ଦା ଅଧିକାରୀ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚାରି ମହଲା ବିଶିଷ୍ଟ କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

About The Author: The Sakala