ସିରିଆରେ ବିଦ୍ରୋହ ପଛରେ କ’ଣ ରହିଛି କାରଣ ? ଆଉ ଏହି ଅଲ ଜୋଲାନି କିଏ….
ଦାମାସ୍କସ୍:ସିରିଆରେ ଅଲ ଆସାଦ ରାଜୁତିକୁ ବିରୋଧ କରି ପ୍ରମୁଖ ବିଦ୍ରୋହୀ ଗୋଷ୍ଠୀ ଏଚଟିଏସ୍ ସମେତ ଅନ୍ୟ ବହୁ ବିରୋଧୀ ଗୋଷ୍ଠୀ ବିଗତ କିଛି ବର୍ଷ ଧରି ବିଦ୍ରୋହ ଜାରି ରଖିଥିଲେ । ଏହି ସମୟରେ ସଂପୃକ୍ତ ଅଞ୍ଚଳର ଭୂ-ରାଜନୀତିକୁ ନେଇ ରାଷ୍ଟ୍ରପତି ଅଲ ଆସାଦଙ୍କୁ ଇରାନ ସମେତ ରୁଷିଆ ସହଯୋଗ କରିଥିଲେ। କିନ୍ତୁ ବିଦ୍ରୋହୀ ଗୋଷ୍ଠୀଙ୍କୁ ତୁର୍କୀ ପ୍ରତ୍ୟକ୍ଷ ସମର୍ଥନ ଦେଉଥିଲା ବେଳେ ପରୋକ୍ଷରେ ଆମେରିକା ଏବଂ ଇସ୍ରାଏଲ ସମର୍ଥନ କରିଥିଲେ। ରୁଷ ସିରିଆର ବିଭିନ୍ନ ଅଞ୍ଚଳରେ […]
ଦାମାସ୍କସ୍:ସିରିଆରେ ଅଲ ଆସାଦ ରାଜୁତିକୁ ବିରୋଧ କରି ପ୍ରମୁଖ ବିଦ୍ରୋହୀ ଗୋଷ୍ଠୀ ଏଚଟିଏସ୍ ସମେତ ଅନ୍ୟ ବହୁ ବିରୋଧୀ ଗୋଷ୍ଠୀ ବିଗତ କିଛି ବର୍ଷ ଧରି ବିଦ୍ରୋହ ଜାରି ରଖିଥିଲେ । ଏହି ସମୟରେ ସଂପୃକ୍ତ ଅଞ୍ଚଳର ଭୂ-ରାଜନୀତିକୁ ନେଇ ରାଷ୍ଟ୍ରପତି ଅଲ ଆସାଦଙ୍କୁ ଇରାନ ସମେତ ରୁଷିଆ ସହଯୋଗ କରିଥିଲେ। କିନ୍ତୁ ବିଦ୍ରୋହୀ ଗୋଷ୍ଠୀଙ୍କୁ ତୁର୍କୀ ପ୍ରତ୍ୟକ୍ଷ ସମର୍ଥନ ଦେଉଥିଲା ବେଳେ ପରୋକ୍ଷରେ ଆମେରିକା ଏବଂ ଇସ୍ରାଏଲ ସମର୍ଥନ କରିଥିଲେ। ରୁଷ ସିରିଆର ବିଭିନ୍ନ ଅଞ୍ଚଳରେ ସାମରିକ ଘାଟି ପ୍ରତିଷ୍ଠା କରିବା ସହିତ ଏଠାରେ ବହୁ ସଂଖ୍ୟାରେ ନିଜ ସେନା ମୁତୟନ କରିଥିଲା। ହେଲେ ୟୁକ୍ରେନ ଯୁଦ୍ଧରେ ରୁଷିଆର ବହୁ ସୈନ୍ୟଙ୍କ ମୃତ୍ୟୁ ହେବା ଏବଂ ଯୁଦ୍ଧ ପାଇଁ ଅଧିକ ସଂଖ୍ୟକ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୁଷ ଏଠାରୁ ନିଜ ସେନାକୁ ପ୍ରତ୍ୟାହାର କରିନେଇଥିଲା। ସେହିପରି ଇରାନ ମଧ୍ୟ ନିଜର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଯୋଗାଣ ଏକପ୍ରକାର ବନ୍ଦ କରିଦେଇଥିଲା। ଏହି ସୁଯୋଗରେ ସିରିଆର ବହୁ ବିଦ୍ରୋହୀ ଗୋଷ୍ଠୀ ରାଷ୍ଟ୍ରପତି ଅଲ ଆସାଦଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଥିଲେ। ମାତ୍ର କିଛି ଦିନ ମଧ୍ୟରେ ସେମାନେ ଅଲ ଆସାଦଙ୍କୁ ବିତାଡିତ କରିବାରେ ସଫଳ ହେଲେ ବୋଲି କୁହାଯାଉଛି।
ସେଦନାୟା ଜେଲ ବନିଥିଲା ‘ ହ୍ୟୁମାନ ସ୍ଲଟର ହାଉସ୍’
ଅଲ ଆସାଦଙ୍କ ଶାସନ କାଳରେ ସିରିଆରେ ୨୦୧୧ ରୁ ୨୦୧୫ ମଧ୍ୟରେ ପ୍ରାୟ ୧୩ ହଜାର ଲୋକଙ୍କୁ ଫାଶୀ ଦିଆଯାଇଥିଲା ବୋଲି ଆମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି। ୨୦୦୦ ମସିହାରେ ଅଲ ଆସାଦ ସିରିଆ କ୍ଷମତା ଗ୍ରହଣ କରିବା ପ ପରେ ତାଙ୍କୁ ବିରୋଧ କରି ସାରା ଦେଶରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହାକୁ ପ୍ରତିହତ କରିବାକୁ ଅଲ ଆସାଦ କଠୋର ପଦକ୍ଷେପ ନେବା ସହିତ ବିଭିନ୍ନ ସହରରେ ହଜାର ହଜାର ଲୋକଙ୍କୁ ଜେଲରେ ପୁରାଇଥିଲେ। ରାଜଧାନୀ ସହର ଦାମାସ୍କସ୍ ସମେତ ଆଲେପୋ,ହାମା ଏବଂ ସେଦନାୟାରେ ଥିବା ବିଭିନ୍ନ ଜେଲରେ ଲକ୍ଷାଧିକ ଲୋକ ଜେଲରେ ରହିଥିଲେ। ୨୦୧୧ରୁ ୨୦୧୫ ମଧ୍ୟରେ ଜେଲରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ବହୁ ଲୋକଙ୍କୁ ଆଲ ଆସାଦ ସରକାର ଫାଶୀ ଖୁଣ୍ଟରେ ଝୁଲାଇଥିଲେ। ଆମନେଷ୍ଟି ରିପୋର୍ଟ ଅନୁସାରେ କେବଳ ସେଦନାୟା ସହରରେ ଥିବା ବିଭିନ୍ନ ଜେଲରେ ପ୍ରାୟ ୩୦ ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଅନ୍ୟାନ୍ୟ ଜେଲରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହେବ । ଏଥିପାଇଁ ସେଦନାୟାକୁ ‘ ହ୍ୟୁମାନ ସ୍ଲଟର ହାଉସ୍’ ବୋଲି ଆଖ୍ୟା ଦିଆଯାଇଥିଲା।
ଅଲ ଜୋଲାନି କିଏ ?
ଅଲ ଆସାଦ ସିରିଆ ଛାଡିବା ପରେ ଏବେ ସମସ୍ତଙ୍କ ଦୃଷ୍ଟି ବିଦ୍ରୋହୀ ଏଚଟିଏସ୍ ସଂଗଠନ ମୁଖ୍ୟ ଅବୁ ମହମ୍ମଦ ଅଲ ଜୋଲାନିଙ୍କ ଉପରେ ନିବଦ୍ଧ ହୋଇଛି। ଜୁଲାନି ଇରାକର ଅଲ କାଏଦା ସଂଗଠନ ସହ କାର୍ଯ୍ୟ କରିଥିଲା ବେଳେ ପରବର୍ତ୍ତୀ ସମୟରେ ଇସଲାମିକ୍ ଷ୍ଟେଟ(ଆଇଏସ୍) ସହ ଜଡ଼ିତ ହୋଇଥିଲେ। ୧୯୮୨ ମସିହାରେ ସାଉଦି ଆରବରେ ଜନ୍ମ ନେଇଥିବା ଜଲାନିଙ୍କ ପରିବାର ସେହି ବର୍ଷ ସିରିଆ ଆସି ଦାମାସ୍କସରେ ଜୀବନଯାପନ ଆରମ୍ଭ କରିଥିଲେ। କିନ୍ତୁ ଜୋଲାନି ସେଠାକାର ସ୍ଥିତିକୁ ନେଇ ୨୦୦୩ରେ ଅଲ କାଏଦା ସହ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ହାୟାତ୍ ତେହରିର ଅଲ ସାମ୍ (ଏଚଟିଏସ୍) ସଂଗଠନ ଗଠନ କରିଥିଲେ। ଦିନକୁ ଦିନ ତାଙ୍କର ପ୍ରଭାବ ବଢିବା ସହିତ ସେ ସିରିଆର ଇଦ୍ଲିବ୍ ପ୍ରଦେଶରେ ନିଜ ସରକାର ଦ୍ବାରା ଶାସନ ଚଳାଇଥିଲେ। ଆମେରିକା ଜୋଲାନିଙ୍କୁ ଆତଙ୍କବାଦୀ ଘୋଷିତ କରିଥିଲେ ହେଁ ଜୁଲାନି ସିରିଆରେ ଏକଛତ୍ରବାଦ ଶାସନ ଶେଷ କରି ଏକ ସ୍ବଛ ସରକାର ପ୍ରତିଷ୍ଠା କରିବାକୁ ସଂଘର୍ଷ କରିଥିବାରୁ ତାଙ୍କୁ ବିଭିନ୍ନ ଦିଗରୁ ସହାୟତା କରାଯାଇଥିଲା
ଅବୁ ମହମ୍ମଦ ଅଲ ଜୋଲାନୀ ନେଇପାରନ୍ତି ନେତୃତ୍ବ
ରାଷ୍ଟ୍ରପତି ଅଲ ଅସଦଙ୍କ ଶାସନକୁ ବିରୋଧ କରି ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ସଂଘର୍ଷ କରିଆସିଥିବା ସିରିଆର ପ୍ରମୁଖ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ଅବୁ ମହମ୍ମଦ ଅଲ ଜୋଲାନୀ ଏବେ ସିରିଆ ନେତୃତ୍ବ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ସେ ଦେଶରେ ଏକ ସ୍ଥିର ଏବଂ ସ୍ବଛ ସରକାର ଗଠନ କରିବାକୁ ରବିବାର କହିଥିଲା ବେଳେ ଜାତିସଂଘର ଏକ ୮ ଜଣିଆ ଟିମ୍ ସିରିଆରେ ପହଞ୍ଚିଛନ୍ତି। ଜାତିସଂଘର ଜଣେ ସ୍ବତନ୍ତ୍ର ଶାନ୍ତିଦୂତଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ସିରିଆ ଗସ୍ତ କରିଥିଲା ବେଳେ ଏଠାରେ ରାଜନୈତିକ ସ୍ଥିରତା ଆଣିବାକୁ ଆଲୋଚନା କରିଥିବା ଜଣାପଡ଼ିଛି। ଅଲ ଆସାଦ ସିରିଆ ଛାଡିବା ଏବଂ ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମ ସମର୍ପଣ କରିବା ପରେ ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଅଲ ଜଲାଲି ନୂଆ ନେତୃତ୍ବକୁ ସମର୍ଥନ ଜଣାଇ ଏକ ସ୍ଥିର ସରକାର ଗଠନ କରିବାକୁ ଆହ୍ବାନ ଜଣାଇଛନ୍ତି। ଏହାବ୍ୟତୀତ ଏଠାକାର ବିରୋଧୀ ସଦସ୍ୟମାନେ ମଧ୍ୟ ଦାମାସ୍କସ୍ରେ ପହଞ୍ଚି ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଇଛି।