ମୋଦୀଙ୍କ ଗୁଜରାଟ ମଡେଲ : ଝୁଲା ପୋଲ ଦୁର୍ଘଟଣାରେ ଆହତଙ୍କୁ ପିଏମ୍‌ ଭେଟିବା ପୂର୍ବରୁ ରାତାରାତି ବଦଳାଗଲା ହସ୍ପିଟାଲର ରଙ୍ଗ 

ଅହମ୍ମଦାବାଦ : ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି। ଏବେ ବି ଅନେକ ଗୁରୁତର ଆହତ ହସ୍ପିଟାଲରେ ଜୀବନ ମରଣ ସହ ଲଢେଇ କରୁଥିବା ବେଳେ କିଛି ନିଖୋଜ ମଧ୍ୟ ରହିଛନ୍ତି। ଆଜିବି ସେନା ଏବଂ ଏନଡିଆରଏଫ୍‌ ଟିମ୍‌ ସର୍ଚ୍ଚ ଅପରେସନ୍‌ କରୁଛନ୍ତି। ତେବେ ଏହାରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ମଡେଲକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ଝୁଲାପୋଲ ଦୁର୍ଘଟଣା ପାଇଁ ପ୍ରଶାସନକୁ ସମ୍ପୁର୍ଣ୍ଣ ଦାୟୀ କରୁଥିବା […]

ଅହମ୍ମଦାବାଦ : ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି। ଏବେ ବି ଅନେକ ଗୁରୁତର ଆହତ ହସ୍ପିଟାଲରେ ଜୀବନ ମରଣ ସହ ଲଢେଇ କରୁଥିବା ବେଳେ କିଛି ନିଖୋଜ ମଧ୍ୟ ରହିଛନ୍ତି। ଆଜିବି ସେନା ଏବଂ ଏନଡିଆରଏଫ୍‌ ଟିମ୍‌ ସର୍ଚ୍ଚ ଅପରେସନ୍‌ କରୁଛନ୍ତି। ତେବେ ଏହାରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ମଡେଲକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ଝୁଲାପୋଲ ଦୁର୍ଘଟଣା ପାଇଁ ପ୍ରଶାସନକୁ ସମ୍ପୁର୍ଣ୍ଣ ଦାୟୀ କରୁଥିବା ବିରୋଧୀ ଆଜି ଦୁର୍ଘଟଣାରେ ଆହତଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିବାକୁ ଯିବା ପୂର୍ବରୁ ଗତକାଲି ରାତିରୁ ମୋରବି ହସ୍ପିଟାଲ ପରିସରରେ ରଙ୍ଗବୋଳା ସହ ଅନ୍ୟାନ କାମକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।


ଗୁଜରାଟ ମୋରବି ବ୍ରିଜ୍ ଦୁର୍ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ହସ୍ପିଟାଲ ଯାଇ ଆହତଙ୍କ ଭେଟିବେ। ତେବେ ମୋଦୀଙ୍କ ହସ୍ପିଟାଲ ଗସ୍ତ ପୂର୍ବରୁ ମୋର୍ବି ସିଭିଲ୍ ହସ୍ପିଟାଲର ରାତାରାତି ବଦଳି ଯାଇଛି ରୂପ। ଆକ୍ଟିଭ ମୁଡରେ ଆସିଯାଇଛନ୍ତି ପ୍ରଶାସନ। ହସ୍ପିଟାଲକୁ ଚିକ୍କଣ କରିବା ପାଇଁ ରାତିସାରା ଚାଲିଛି ରଙ୍ଗବୋଳା କାମ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ହସ୍ପିଟାଲ ମରାମତି କରାଯାଉଥିବା ଫଟୋ ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରସେ ଓ ଆମ୍ ଆଦମୀ ପାର୍ଟି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।


କଂଗ୍ରେସ ଏବଂ ଆପ୍  ହସ୍ପିଟାଲର ଫଟୋ ଶେଆର କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍ ପାଇଁ ଏମିତି ପ୍ରସ୍ତୁତି ଚାଲିଛି। କଂଗ୍ରେସ ହସ୍ପିଟାଲର ମରାମତି କାମକୁ ଘୋର ନିନ୍ଦା କରିଛି। ଦଳ କହିଛି, ଏହା ଟ୍ରାଜେଡିର ଇଭେଣ୍ଟ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ମୋର୍ବିର ସିଭିଲ ହସ୍ପିଟାଲ୍ ଗସ୍ତ କରିବେ। ଏହା ପୂର୍ବରୁ ସେଠାରେ ରଙ୍ଗବୋଳା କାମ ଚାଲିଛି। ରଙ୍ଗ ବେରଙ୍ଗର ଟାଇଲ୍ସ ଲଗାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍‌ରେ ଯେମିତି କୌଣସି ତ୍ରୁଟି ନରହୁ ଏହାର ସମସ୍ତ ବନ୍ଦୋବସ୍ତ କରାଯାଉଛି। ଏମାନଙ୍କୁ ଲଜ୍ଜା ଆସିବା ଦରକାର। ଏତେ ଲୋକ ମରିଗଲେ ଆଉ ଏମାନଙ୍କର ଇଭେଣ୍ଟ କାମ ଚାଲିଛି। ଏଥି ସହିତ ପ୍ରଧାନମନ୍ତ୍ରୀ ଦେଶକୁ ଯେଉଁ ଗୁଜରାଟ ମଡେଲ ଦେଖାଇ ପିଏମ୍‌ ହୋଇଥିଲେ, ସେ ମଡେଲ ଲୋକଲୋଚନକୁ ଆସୁଛି ବୋଲି କଂଗ୍ରେସ କହିଛି।


ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଟ୍ବିଟ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିଛି। ଭିଡିଓରେ ମୋରବି ସିଭିଲ୍‌ ହସ୍ପିଟାଲ୍‌ର ଘର ରଂଗ କାମ ହେଉଥିବା ଦେଖିବାକୁ ମିଳିିଛି। ଭଡିଓଟିକୁ ପୋଷ୍ଟ୍‌ କରାଯିବା ସହ ସେଥିରେ କ୍ୟାପ୍‌ସନ୍‌ ଦିଆଯାଇଛି, ‘ରାତାରାତି ମୋରବି ସିଭିଲ୍‌ ହସ୍ପିଟାଲ୍‌ର ରଂଗ କାମ କରାଯାଉଛି, ଯେପରି ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟ୍‌ରେ ଏହି ପୁରୁଣା କାନ୍ଥର ଗୁମର ଫିଟିନଯିବ। ୧୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସହ ସହ ଲୋକ ଏବେ ବି ନିଖୋଜ ଅଛନ୍ତି। ଅସଲ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁ ଷ୍ଠାନ ହୋଇନି। ହେଲେ ଭାଜପାର ଆଗ ଫଟୋସୁଟ୍‌ ଚିନ୍ତା।’

ସେପଟେ ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଦୁଃଖଦାୟକ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୧୪ ରେ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।ପୋଲ ଭୁଶୁଡ଼ିବା ଯୋଗୁ ୧୩୪ ଜଣଙ୍କ ସଲୀଳ ସମାଧୀ ପଛରେ ଠିକା ସଂସ୍ଥାର ଅବହେଳା ରହିଥିବା ମାମଲାରେ ଦର୍ଶାଯାଇଛି।  ବିନା ଟେଣ୍ଡରରେ ଏଲଇଡି ବଲକ ନିର୍ମାଣକାରୀ କମ୍ପାନୀ ଅଜନ୍ତା ଓରବେକୁ ଦିଆଯାଇଥିଲା ମରାମତି ଦାୟିତ୍ବ । ଶତାୟୁ ପୋଲର ରକ୍ଷଣାବେକ୍ଷଣ, ମରାମତି ପାଇଁ ଓରେଭା କମ୍ପାନୀ ସହ ଚୁକ୍ତି କରିଥିଲା ମୋରବି ନଗର ନିଗମ । ୨୦୩୭ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଓରେଭା । ୭ମାସ ଧରି ବ୍ରିଜ ମରାମତି କାମ ଚାଲିଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ହେଲେ ମରାମତି କାମ କରୁଥିବା କମ୍ପାନୀ ପୋଲର ପୁରୁଣା ତାର ମଧ୍ୟ ବଦଳାଇ ନଥିଲା ।କିନ୍ତୁ ପୋଲର ଆୟୂଷ ଆହୁରି ୮ବର୍ଷ ବଢ଼ିଯାଇଛି ବୋଲି କମ୍ପାନୀ କହିଥିଲା । ମାତ୍ର ୫ ଦିନ ତଳେ ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ବେଳେ କମ୍ପାନୀକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛିି।

ସୂଚନାଯୋଗ୍ୟ ଯେ, ରବିବାର ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୧ଜଣଙ୍କ ପ୍ରାଣହାନୀ ଘଟି ସାରିଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ପ୍ରମାଣ ପତ୍ରରେ କିପରି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ଏ ପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରାଯାଇଛି। ଗିରଫକାରୀଙ୍କ ମଧ୍ୟରେ ଓରେଭା କମ୍ପାନିର ୨ ମ୍ୟାନେଜର, ୨ ଟିକେଟ୍ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡ ଏବଂ ୨ ମରାମତି କଣ୍ଟ୍ରାକ୍ଟର ସାମିଲ୍। ଆହୁରି ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଏସଆଇଟି ନିଜର ତଦନ୍ତ ଚଳାଇଛି।

About The Author: The Sakala